ଅଇପିଏଲ୍‌ରେ କରୋନା, କେକେଆର୍ ଏବଂ ଆରସିବି ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବାତିଲ
Khabar Odisha:ipl-2021-KKR-pleyars-test-positive-RCB-vs-KKR-match-postponed

ଅହମଦାବାଦ, ମେ ୩(ଖବର ଓଡିଶା); ଚଳିତ ବର୍ଷ ଆଇପିଏଲ୍ କରୋନାର ବାଧାକୁ ଏଡାଇ ଆଗକୁ ବଢିଚାଲିଥିଲା ବେଳେ କେକେଆର୍‌ର ବରୁଣ ଚକ୍ରବର୍ତି ଏବଂ ସନ୍ଦିପ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା କେକେଆର୍ ଏବଂ ଆରସିବି ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌କୁ ବିସିସିଆଇ ପକ୍ଷରୁ ବାତିଲ କରିଦିଆଯାଇଛି । 

ବିସିସିଆଇ ପକ୍ଷରୁ ଏ ବିଷୟରେ ସୂଚନା ଦିଆଯାଇଛି । କେକେଆର ଦଳର ଦୁଇ ଖେଳାଳୀ କରୋନା ସଂକ୍ରମିତ ହେବା ପରେ ଏହି ନିଷ୍ପତି ନିଆଯାଇଛି ଏବଂ ସଂପ୍ରତି ପରିସ୍ଥିତିକୁ ନଜରେ ରଖି କେକେଆର୍ ଏବଂ ଆରସିବି ମଧୟରେ ହେବାକୁ ଥିବା ମ୍ୟାଚ୍‌କୁ ଘୁଞ୍ଚାଇ ଦିଆଯାଇଛି । 

ଭାରତରେ ଏବେ କରୋନା ସଂକ୍ରମଣ ଏହାର କରାଳ ରୁପ ଦେଖାଇ ଚାଲିଛିି । ଗତ ୨୪ ଘଣ୍ଟା ମଧ୍ୟରେ ୩,୬୮,୧୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୩,୪୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଭାରତରେ ମୋଟ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୧,୯୯,୨୫,୬୦୪ ରେ ପହଁଚିଛି । 

ତେବେ ପୁର୍ବରୁ ଭାରତରେ କରୋନା ସଂକ୍ରମଣ ଦୃତଗତିରେ ବଢୁଥିବା ସମୟରେ ଭାରତରେ ଆଇପିଏଲ୍ ଆୟୋଜନକୁ ନେଇ ମଧ୍ୟ ବିଭିନ୍ନ ପୁର୍ବତନ ଖେଳାଳୀ ଏବଂ ସାଧାରଣ ଲୋକେ ପ୍ରଶ୍ନ ଉଠାଇଥିଲେ । ଚଳିତ ସିଜନର ଆଇପିଏଲ୍ ଆରମ୍ଭ ହେବା ପୁର୍ବରୁ ବିଭିନ୍ନ ଦଳର ଖେଳାଳୀ କରୋନାରେ ସଂକ୍ରମିତ ହୋଇଥିଲା । ତେବେ ଏଥି ମଧ୍ୟରେ ଚଳିତ ସିଜନ ଆସି ଏହାର ମଧ୍ୟ ଭାଗରେ ପହଁଚିଥିଲା ବେଳେ ଏବେ ଖେଳାଳୀମାନେ ସଂକ୍ରମିତ ଚିହ୍ନଟ ହେବା ପରେ ଚଳିତ ବର୍ଷ ଆଇପିଏଲକୁ ନେଇ ବିସିସିଆଇ କି ପଦକ୍ଷେପ ନେଉଛି ଏହା ଉପରେ ସମସ୍ତଙ୍କ ନଜର ରହିବ ।

  • Tags:

Subscribe

National International State Sports Entertainment