ରବିଚନ୍ଦ୍ରନ ଅଶ୍ୱିନ ନିଜର ଚମତ୍କାର ବୋଲିଂ ସହ ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ ରୁହନ୍ତି । ନିଜ ଫ୍ୟାନ୍ସ ମାନଙ୍କ ସହ ଅନେକ ସମୟରେ ଆଲୋଚନା ମଧ୍ୟ କରନ୍ତି । ନିକଟ ଅତୀତରେ ଅଶ୍ୱିନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ଆଉ ଏବେ ସୋସିଆଲ ମିଡିଆରେ ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସୂର୍ୟକୁମାର ଯାଦବଙ୍କ କମେଣ୍ଟକୁ ନେଇ ବେଶ ଚର୍ଚ୍ଚା ଚାଲିଛି ।
ଅଶ୍ୱିନ ଇନଷ୍ଟାଗ୍ରାମରେ ନିଜର ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏକ ପାହାଡ ସାମ୍ନାରେ ଠିଆ ହୋଇଛନ୍ତି । ସେହି ପୋଷ୍ଟର କ୍ୟାପସନରେ ଅଶ୍ୱିନ ଲେଖିଛନ୍ତି କି ମୋ ପଛ ପଟେ ଥିବା ପାହାଡ଼ର ନାଁ କଣ । ଯାହାର ଉତ୍ତରରେ ଫ୍ୟାନ୍ସ ମାନେ ଅନେକ କଥା ଲେଖିଛନ୍ତି । କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ୟକୁମାର ଯାଦବଙ୍କ କମେଣ୍ଟ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି । ସୂର୍ୟକୁମାର ଲେଖିଛନ୍ତି ପଛରେ ଥିବା ପାହାଡ଼ ନାଁ ମୁଁ ଜାଣିନି କିନ୍ତୁ ଅଶ୍ୱିନଙ୍କ ପଛରେ ସ୍କାଏ(SKY) ସବୁବେଳେ ରହିଛି । ସୂର୍ୟକୁମାରଙ୍କୁ ଉତ୍ତର ଦେଇ ଅଶ୍ୱିନ ଲେଖିଛନ୍ତି ମୁଁ ବହୁତ ଭାଗ୍ୟବାନ କାରଣ ମୋ ପଛରେ ପ୍ରାକୃତିକ ଏଲିମେଣ୍ଟର ସମର୍ଥନ ରହିଛି ।
ଅଧିକ ପଢ଼ନ୍ତୁ : ଭାରତର ଟି-୨୦ ଦଳକୁ ଫେରିଲେ ଭାରତର ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି