ଆଜି ଭାରତ ନେଦରଲ୍ୟାଣ୍ଡ ମୁହାଁମୁହିଁ ହେବେ । ବାଙ୍ଗାଲୁରୁର ଏମ. ଚିନ୍ନସ୍ୱାମୀ ଷ୍ଟାଡିୟମରେ ଦୁଇ ଦଳ ବିଶ୍ୱକପର ଶେଷ ଲିଗ୍ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଉଭୟ ଦଳ ଶେଷ ମ୍ୟାଚରେ ବିଜୟ ସହ ବିଶ୍ୱକପର ଲିଗ୍ ଅଭିଯାନ ଶେଷ କରିବାକୁ ଚେଷ୍ଟା କରିବ । ଭାରତୀୟ ଦଳ ୮ଟିରୁ ୮ଟି ମ୍ୟାଚ୍ ଜିତି ପଏଣ୍ଟସ ଟେବୁଲର ଶୀର୍ଷରେ ଥିବାବେଳେ, ଆଜିର ମ୍ୟାଚ ଜିତି ୯ ଟି ବିଜୟ ହାସଲ କରିବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ ଆଜି ଦୀପାବଳି ହେତୁ ଭାରତୀୟ ଦଳ ପକ୍ଷରୁ ଗ୍ରାଉଣ୍ଡ ବଡ ବଡ ସର୍ଟର ଆଶା ରଖିଛନ୍ତି କ୍ରୀଡ଼ାପ୍ରେମୀ । ଭାରତୀୟ ଦଳ ବ୍ୟାଟିଂରେ ବଡ ବଡ ଚୌକା ଛକା ମାରି ଦୀପାବଳିରେ ବିଜୟର ଉପହାର ଦେବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି ।
ଚଳିତ ବିଶ୍ୱକପର ସେମିଫାଇନାଲ ଦୌଡ ସମାପ୍ତ ହୋଇଛି । ଭାରତ , ଦକ୍ଷିଣ ଆଫ୍ରିକା , ଅଷ୍ଟ୍ରେଲିଆ ଏବଂ ନିଉଜିଲାଣ୍ଡ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଥିବାବେଳେ ପ୍ରଥମ ସେମିଫାଇନାଲ ଭାରତ ଓ ନିଉଜିଲାଣ୍ଡ ମଧ୍ୟରେ ୧୫ ନଭେମ୍ବରରେ ମୁମ୍ବାଇର ୱାନଖେଡେ ଖେଳାଯିବ । ଦ୍ଵିତୀୟ ସେମିଫାଇନାଲ ୧୬ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ । ଚଳିତ ବିଶ୍ୱକପର ଫାଇନାଲ ୧୯ ନଭେମ୍ବରରେ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ଖେଳାଯିବ ।
ଅଧିକ ପଢନ୍ତୁ : ମଉଳି ଯାଉଛି ପାକିସ୍ତାନର ସେମିଫାଇନାଲ ଯିବାର ସ୍ବପ୍ନ