ଚଳିତ ବିଶ୍ୱକପର ୪୪ ତମ ମ୍ୟାଚ୍ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଇଡେନ ଗାର୍ଡେନରେ ଖେଳାଯିବାକୁ ଯାଉଛି । ପୂର୍ବ ବର୍ଷର ବିଜେତା ଇଂଲଣ୍ଡ ଚଳିତ ବିଶ୍ୱକପରେ ଲଜ୍ୟାଜନକ ପ୍ରଦର୍ଶନ କରିଥିବାବେଳେ ପାକିସ୍ତାନ ପାଇଁ ଆଜି ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ଇଂଲଣ୍ଡ ୮ ଟି ମ୍ୟାଚ୍ରୁ ମାତ୍ର ୨ଟି ମ୍ୟାଚ୍ ଜିତି ଚଳିତ ବିଶ୍ୱକପ ସେମି ଫାଇନାଲରୁ ବାଦ ପଡିଥିବାବେଳେ ପାକିସ୍ତାନ ୮ଟି ରୁ ୪ଟି ମ୍ୟାଚ୍ ଜିତି ପଏଣ୍ଟସ ଟେବୁଲର ୫ମ ସ୍ଥାନରେ ରହିଛି । ଚଳିତ ବିଶ୍ୱକପ ସେମି ଫାଇନାଲ ପାଇଁ ଭାରତ , ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଯୋଗ୍ୟତା ହାସଲ କରିସାରିଥିବାବେଳେ ୪ଥ ସ୍ଥାନ ପାଇଁ ନିଉଜିଲାଣ୍ଡ ଏବଂ ପାକିସ୍ତାନ ଅପେକ୍ଷା କରିସାରିଛନ୍ତି । ନିଉଜିଲାଣ୍ଡ ୯ଟି ରୁ ୫ଟି ମ୍ୟାଚ୍ ଜିତି ପଏଣ୍ଟସ ଟେବୁଲର ୪ଥ ସ୍ଥାନରେ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ଥାନ ପକ୍କା ହୋଇପାରିନାହିଁ । ପାକିସ୍ତାନର ସେମି ଯିବାର ସ୍ବପ୍ନ ବଞ୍ଚି ରହିଛି କିନ୍ତୁ ସେ ସ୍ବପ୍ନ, ସ୍ବପ୍ନ ଭଳି ମନେ ହେଉଛି । କାରଣ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଯଦି ଇଂଲଣ୍ତକୁ ୨୮୭ ରନରେ ପରାସ୍ତ କରେ, ତେବେ ଯାଇ ସେମିଫାଇନାଲକୁ ଯାଇ ପାରିବ । ଅନ୍ୟପଟେ ଦଳ ଯଦି ଲକ୍ଷ୍ୟର ପିଛା କରେ ତେବେ, ତାକୁ ମାତ୍ର ୨୨ ଟି ବଲରେ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ, ଯାହା ହେବା ଅସମ୍ଭବ । ତେଣୁ ପାକିସ୍ତାନର ସେମି ଯିବା ସ୍ବପ୍ନ ଅଧାରେ ରହିବ ବୋଲି ଆଶା କରାଯାଉଛି । କୌଣସି ଅବିଶ୍ୱସନୀୟ ଘଟଣା ହିଁ ପାକିସ୍ତାନକୁ ସେମିରେ ପହଞ୍ଚାଇ ପାରିବ ।
ଅଧିକ ପଢନ୍ତୁ : ଜନ୍ମଦିନରେ କୋହଲିଙ୍କୁ ସିଏବି ଭେଟିଦେଲା ୨୬ ଲକ୍ଷର ସୁନାର ବ୍ୟାଟ୍