ଆଜିଠାରୁ ଆରମ୍ଭ ଭାରତ ଅଷ୍ଟ୍ରେଲିଆ ଦିନିଆ ସିରଜ । ବିଶ୍ୱକପ୍ ପୂର୍ବରୁ ୩ଟି ଦିନିକିଆ ସିରିଜ ଖେଳି ଦଳକୁ ପ୍ରସ୍ତୁତ କରୁଛି ଭାରତ । ପଞ୍ଜାବର ମୋହାଲିରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ । ତେବେ ପ୍ରଥମ ଦୁଇ ମ୍ୟାଚରୁ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି,କୁଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ପ୍ରଥମ ଦୁଇଟି ମ୍ୟାଚରେ ଲୋକେଶ ରାହୁଲ ଅଧିନାୟିକ ଦାୟୀତ୍ୱ ତୁଲାଇବେ । ରୋହିତଙ୍କ ଅନୁପସ୍ଥିତିରେ ଇସାନ କିଶାନ ଏବଂ ଶୁବମନ ଗିଲ ଓପନିଂ କରିବେ। ବିଶ୍ୱକପ୍ ପୂର୍ବରୁ ଶେଷ ଦିନିକିଆରେ ମିଡିଲ ଅର୍ଡରରେ କିଏ ଖେଳିବ ତାହା ମଧ୍ୟ ଏ ସିରିଜରୁ ଜଣା ପଡିବ । ମୁମ୍ବାଇର ଦୁଇ ବ୍ୟଟ୍ସମ୍ୟାନ ଶ୍ରେୟସ ଆୟର ଏବଂ ସୂର୍ୟକୁମାର ଯାଦବଙ୍କ ମଧ୍ୟରୁ ଦଳରେ କିଏ ସ୍ଥାନ ପାଇବା ତା ନେଇ ମଧ୍ୟ ପ୍ରତିଯୋଗିତା ଚାଲିବ । ଶ୍ରେୟସ ଆୟର ଆହତ ଥିବାରୁ ସୂର୍ୟ କୁମାରଙ୍କୁ ବିଶ୍ୱକପରେ ସୁଯୋଗ ମିଳିପାରେ କିନ୍ତୁ ତା ପାଇଁ ତାଙ୍କୁ ପରିଶ୍ରମ କରିବାକୁ ହେବ । ଟି-୨୦ ରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଦିନିକିଆରେ ନିରାଶ କରିଛନ୍ତି ସୂର୍ୟ । ତେଣୁ ବିଶ୍ୱକପ୍ ପୂର୍ବରୁ ଶେଷ ଦିନିକିଆରେ ଦମଦାର ବ୍ୟାଟିଂ ଦେଖେଇବାକୁ ଚେଷ୍ଟା କରିବେ ସୂର୍ୟ । ଅଷ୍ଟେଲିଆ ଦଳରେ ଡେଭିଡ଼ ୱାର୍ଣ୍ଣର, ମିଚେଲ ମାର୍ସ, ଷ୍ଟିଭେନ ସ୍ମିଥଙ୍କ ଭଳି ଅଭିଜ୍ଞ ବ୍ୟାଟର ଅଛନ୍ତି । ପାଟ କମିନ୍ସଙ୍କ ନେତୃତ୍ୱରେ ଦଳ ପଡିଆକୁ ଓହ୍ଲାଇବ । ନିକଟରେ ଏସିଆ କପରେ ବିଜୟ ଯୋଗୁ ଭାରତୀୟ ଟିମର ମନବଳ ସଦୃଢ ରହିବ । ଏହି ସିରିଜ ଜିତି ବିଶ୍ୱକପରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।
ଭାରତୀୟ ସ୍କ୍ୱାଡ଼- କେଏଲ୍ ରାହୁଲ (ଅଧିନାୟକ), ଶୁବମାନ ଗିଲ, ଈଶାନ କିଷାନ, ତିଲକ ବର୍ମା, ଶ୍ରେୟସ ଆୟାର, ସୂର୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ଵିନ, ଯଶପ୍ରୀତ ବୁମରା , ମହମ୍ମଦ ଶାମି, ମହମ୍ମଦ ଶିରାଜ, ସାରଦୁଲ ଠାକୁର, ଋତୁରାଜ ଗାଇକୱାଡ, ପ୍ରସିଧ କ୍ରୀଷ୍ଣା, ୱାସିଂଟନ୍ ସୁନ୍ଦର
ଅଷ୍ଟ୍ରେଲିଆ ସ୍କ୍ୱାଡ଼- ଡେଭିଡ୍ ୱାର୍ଣ୍ଣର, ମିଚେଲ୍ ମାର୍ସ, ଷ୍ଟିଭେନ୍ ସ୍ମିଥ୍, ମାର୍ନସ ଲବୁସାନ୍, ଆଲେକ୍ସ କ୍ୟାରି , କାମେରନ୍ ଗ୍ରିନ୍, ମାର୍କସ ଷ୍ଟୋଇନିସ୍, ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍ପେନସର୍ ଜନ୍ସନ୍, ତନଭୀର ସାଙ୍ଗା, ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍, ମାଥ୍ୟୁ ସର୍ଟ , ସନ ଆଵଟ , ନାଥନ ଇଲିସ
ଅଧିକ ପଢନ୍ତୁ,ବିଶ୍ୱକପରେ ଅକ୍ସର ପଟେଲଙ୍କ ଅନୁପସ୍ଥିତିରେ କିଏ, ଅଶ୍ଵିନ ନା ସୁନ୍ଦର