ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ ହାଇଦ୍ରାବାଦରେ ଚଳିତ ବର୍ଷ ଆଇପିଏଲର ଅଷ୍ଟମ ମ୍ୟାଚ ମୁମ୍ବାଇ ଇଂଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଦୁଇ ଦଳ ପୂର୍ବରୁ ଗୋଟିଏ ମ୍ୟାଚ ଖେଳିଥିଲେ ମଧ୍ୟ ପରାଜୟର ସାମ୍ନା କରିଛନ୍ତି । ପ୍ରଥମ ମ୍ୟାଚରେ ମୁମ୍ବାଇ ୬ ରନରେ ଗୁଜୁରାଟ ଠାରୁ ପରାସ୍ତ ହୋଇଥିଲା ଏବଂ ହାଇଦ୍ରାବାଦ କୋଲକାତା ଠାରୁ ୪ ରନରେ ପରାସ୍ତ ହୋଇଥିଲା । ମୁମ୍ବାଇ ଇଂଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଚଳିତ ବର୍ଷର ପ୍ରଥମ ମ୍ୟାଚ ଶେଷ ଓଭରରେ ହାରିଥିବାବେଳେ ଆଜିର ମ୍ୟାଚ ଜିତି ପ୍ରଥମ ମ୍ୟାଚ ଜିତିବାକୁ ଚେଷ୍ଟା କରିବେ । ଆଜି ମ୍ୟାଚ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ । ମୁମ୍ବାଇ ଓ ହାଇଦ୍ରାବାଦ ପୂର୍ବରୁ ୨୧ ଥର ଭେଟ ହୋଇଥିବାବେଳେ ମୁମ୍ବାଇ ୧୨ ଥର ଏବଂ ହାଇଦ୍ରାବାଦ ୯ ଥର ବିଜୟୀ ହୋଇଛି । କିନ୍ତୁ ୨୦୨୦ ପରଠାରୁ ମୁମ୍ବାଇ, ହାଇଦ୍ରାବାଦ ବିପକ୍ଷରେ ୭ଟି ମ୍ୟାଚ୍ରୁ ୫ଟିରେ ବିଜୟ ହାସଲ କରିଛି ।
ମୁମ୍ବାଇ ଇଂଡିଆନ୍ସ ସମ୍ଭାବ୍ୟ ୧୧:-ରୋହିତ ଶର୍ମା, ଈଶାନ କିଷାନ (ୱିକେଟ୍ କିପର), ତିଲକ ବର୍ମା,ନମନ ଧୀର, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଟିମ ଡେଭିଡ, ସାମ୍ସ ମୁଲାନି,ଜେରାଲ କୋଟଯି, ପିୟୁଷ ଚାୱଲା, ଯଶପ୍ରୀତ ବୁମରା, ନୁୱାନ ଥୁଶାରା
ସନରାଇଜର୍ସ ହାଇଦ୍ରାବାଦ ସମ୍ଭାବ୍ୟ ୧୧:- ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଏଇଡେନ ମାର୍କରମ, ହେନରିକ କ୍ଲାସେନ (ୱିକେଟ୍ କିପର), ଅବଦୁଲ ସମଦ, ଶାହବଜ଼ ଏହମଦ, ମାର୍କୋ ୟାନସେନ, ପ୍ୟାଟ କମିନ୍ସ (ଅଧିନାୟକ), ଭୁବନେଶ୍ୱର କୁମାର, ମୟଙ୍କ ମାର୍କଣ୍ଡେ, ଟି ନଟରାଜନ
ଅଧିକ ପଢନ୍ତୁ : ଘରୋଇ ଗ୍ରାଉଣ୍ଡରେ ବିଜୟ ହାସଲ କଲା ଚେନ୍ନାଇ ସୁପର କିଙ୍ଗ୍ସ