ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳ ବର୍ତ୍ତମାନ ଜିମ୍ବାୱେ ଗସ୍ତରେ ଏପର୍ଯ୍ୟନ୍ତ ସିରିଜର ଦୁଇଟି ମ୍ୟାଚ ଖେଳିସାରିଛି। ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳକୁ ଜିମ୍ବାୱେ ଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା, କିନ୍ତୁ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ୧୦୦ ରନରେ ବଡ ବିଜୟ ହାସଲ କରିଥିଲା । ଏବେ ଉଭୟ ଦଳ ସିରିଜରେ ଗୋଟିଏ ଲେଖାଏଁ ବିଜୟ ହାସଲ କରିଛନ୍ତି ।
ତେବେ ତୃତୀୟ ଟି-୨୦ ମ୍ୟାଚ ଜୁଲାଇ ୧୦ ରେ ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ । ତେବେ ହରାରେ ସ୍ପୋର୍ଟସ କ୍ଲବରେ ପ୍ରଥମ ଦୁଇଟି ମ୍ୟାଚ ଖେଳାଯାଇଥିଲା ଏବଂ ଅବଶିଷ୍ଟ ମ୍ୟାଚ ମଧ୍ୟ ଖେଳାଯିବ। ତେବେ ଭାରତ ଓ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ୧୩ ରନରେ ପରାସ୍ତ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ଭାରତ ୨୩୫ ରନ ସଂଗ୍ରହ କରିଥିଲା ଏବଂ ଜିମ୍ବାୱେ ଦଳ ୧୦୦ ରନରେ ପରାସ୍ତ ହୋଇଥିଲା।
ହରାରେ ସ୍ପୋର୍ଟସ କ୍ଲବ ପିଚ୍ ଉଭୟ ବୋଲର ଏବଂ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଲାଭଦାୟକ ଅଟେ । ଆରମ୍ଭରେ ୱିକେଟ୍ ପେସ ବୋଲର ମାନଙ୍କୁ ସାହାଯ୍ୟ କରିଥାଏ, କିନ୍ତୁ ଖେଳ ଆଗକୁ ବଢିବା ସହ ସ୍ପିନରମାନେ ପ୍ରାଧାନ୍ୟ ବିସ୍ତାର କରନ୍ତି । ପ୍ରଥମ ଦୁଇଟି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ମ୍ୟାଚ ଜିତିଛି। ତେବେ ତୃତୀୟ ଟି-୨୦ ରେ ମଧ୍ୟ ଟସ୍ ଜିତିବା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇପାରେ।
ବର୍ତ୍ତମାନ ପର୍ଯ୍ୟନ୍ତ ହରାରେ ଗ୍ରାଉଣ୍ଡରେ ୪୩ ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି, ଯେଉଁଥିରୁ ଦଳ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୨୫ ଥର ଜିତିଥିବାବେଳେ ଟାର୍ଗେଟକୁ ଚେଜ କରୁଥିବା ଦଳ ୧୮ ଥର ଜିତିଛି । ହରାରେ ସ୍ପୋର୍ଟସ କ୍ଲବରେ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ହାରାହାରି ସ୍କୋର ୧୫୫ ରୁ ୧୬୦ ରନ ମଧ୍ୟରେ ରହିଛି ।
ଅଧିକ ପଢନ୍ତୁ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇତିହାସ ରଚିଲା ଭାରତ, ଦିନିକିଆ, ଟେଷ୍ଟ ଓ ଟି-୨୦ ରେ ଅପରାଜିତ