ମଙ୍ଗଳବାର ତୃତୀୟ ତଥା ଅନ୍ତିମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାକୁ ୧୦ ୱିକେଟ୍ ରେ ପରାସ୍ତ କରିଛି। ହର୍ମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତୃତୀୟ ଟି -୨୦ ମ୍ୟାଚକୁ ୧୦ ୱିକେଟରେ ଜିତି ସିରିଜକୁ ୧-୧ରେ ସମାପ୍ତ କରିଛି।
ଚେନ୍ନାଇରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିଥିଲା ଏବଂ ୧୭.୧ ଓଭରରେ ୮୪ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ କୌଣସି ୱିକେଟ୍ ନ ହରାଇ ୧୦.୫ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ତେବେ ୩ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୧୨ ରନରେ ବାଜି ମାରିଥିଲା । ଏହା ପରେ ବର୍ଷା ହେତୁ ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ବାତିଲ ହୋଇଥିଲା। ତୃତୀୟ ମ୍ୟାଚ ଜିତି ଭାରତ ସିରିଜ ଡ୍ର କରିଛି ।
ଭାରତୀୟ ଦଳ ଟି-୨୦ ଅନ୍ତର୍ଜାତୀୟ ସିରିଜକୁ ୧-୧ରେ ଡ୍ର କରି ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ଭାରତ କୌଣସି ଦଳ ବିପକ୍ଷରେ ଖେଳାଯାଇଥିବା ସିରିଜରେ ପରାସ୍ତ ହୋଇନାହିଁ, ଅର୍ଥାତ୍ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତରେ ଭାରତ ସବୁ ସିରିଜରେ ଅପରାଜିତ ରହିଛି। ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ, ଗୋଟିଏ ଟେଷ୍ଟ ଏବଂ ତିନୋଟି ଟି-୨୦ ଅନ୍ତର୍ଜାତୀୟକୁ ନେଇ ଦକ୍ଷିଣ ଆଫ୍ରିକା ଭାରତ ଆସିଥିଲା ।
ଦିନିକିଆ ସିରିଜରେ ଭାରତ ଦକ୍ଷିଣ ଆଫ୍ରିକାକୁ ୩-୦ ରେ ପରାସ୍ତ କରିଥିଲା। ଏହା ପରେ ଭାରତ ମଧ୍ୟ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଏହା ପରେ ଭାରତୀୟ ଦଳ ଟି-୨୦ ଅନ୍ତର୍ଜାତୀୟ ସିରିଜକୁ ୧-୧ରେ ଡ୍ର କରି ପ୍ରଥମ ଥର ପାଇଁ ଏଭଳି ଏକ ରେକର୍ଡ ସୃଷ୍ଟି କରିଛି।
ଅଧିକ ପଢନ୍ତୁ : ଟି-୨୦ ଶୃଙ୍ଖଳା: ମ୍ୟାଚ ବିଜୟ ପାଇଁ ଜିମ୍ବାୱେ ବିପକ୍ଷରେ ରଣନୀତି କରିବ ଭାରତ, ଭାରତୀୟ ଟିମ୍ରେ ଯୋଗଦେଲେ ୩ ଖେଳାଳି