ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ତଥା ପ୍ରଶିକ୍ଷକ ମାଇକ ପ୍ରୋକ୍ଟରଙ୍କ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ପ୍ରୋକ୍ଟରଙ୍କ ମୃତ୍ୟୁ ଖବରରେ କ୍ରିକେଟ୍ ଜଗତରେ ଶୋକର ଲହରୀ ଖେଳିଯାଇଛି। ମାଇକ୍ ପ୍ରୋକ୍ଟର ଦକ୍ଷିଣ ଆଫ୍ରିକାର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ । ପ୍ରୋକ୍ଟର ଦକ୍ଷିଣ ଆଫ୍ରିକାର ଜଣେ ଦକ୍ଷ କୋଚ ମଧ୍ୟ ଥିଲେ।
ସୂଚନା ଅନୁଯାୟୀ ୭୭ ବର୍ଷିୟ ପ୍ରୋକ୍ଟର ହୃଦଘାତରେ ପୀଡିତ ଥିଲେ, ଯେଉଁଥିପାଇଁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ସମୟରେ ପ୍ରୋକ୍ଟରଙ୍କ ସ୍ୱାସ୍ଥ୍ୟବସ୍ଥାରେ ସମସ୍ୟା ଦେଖିବାକୁ ମିଳିଥିଲା, ଯାହା ପରେ ପ୍ରୋକ୍ଟରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାଇକ୍ ପ୍ରୋକ୍ଟରଙ୍କ ପତ୍ନୀ ମାରାଇନା କହିଛନ୍ତି ଯେ ମାଇକ୍ ପ୍ରୋକ୍ଟରଙ୍କର ହୃଦଘାତ ହୋଇଥିଲା, ଯେଉଁଥିପାଇଁ ସେ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ସମସ୍ୟା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଦୁର୍ଭାଗ୍ୟବଶତଃ ଆଇସିୟୁରେ ପ୍ରୋକ୍ଟରଙ୍କ ମୃତ୍ୟୁ ହୋଇଛି ।
ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ମାଇକ୍ ପ୍ରୋକ୍ଟର ଏକ ଭଲ ପ୍ରଦର୍ଶନ କରିଛନ୍ତି । ସେ ୪୦୧ ପ୍ରଥମ ଶ୍ରେଣୀ ମ୍ୟାଚରେ ୨୧,୯୩୬ ରନ୍ ସଂଗ୍ରହ କରିବା ସହ ୧,୪୧୭ ୱିକେଟ୍ ନେଇଥିଲେ।
ଅଧିକ ପଢନ୍ତୁ : ସର୍ଫରାଜଙ୍କୁ କ୍ଷମା ମାଗିଲେ ଜାଡେଜା