ଭାରତ ଓ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜର ୩ୟ ମ୍ୟାଚରେ ସର୍ଫରାଜ ଖାନ ଡେବ୍ୟୁ କରିଥିଲେ ଏବଂ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରି ଏକ ଅର୍ଦ୍ଧଶତକ କରିଥିଲେ । ଅର୍ଦ୍ଧଶତକର କିଛି ସମୟ ପରେ ୬୨ ରନରେ ବ୍ୟାଟିଂ କରୁଥିବାବେଳେ ରବୀନ୍ଦ୍ର ଜାଡେଜା, ସର୍ଫରାଜଙ୍କୁ ରନ ଆଉଟ କରାଇଦେଇଥିଲେ । ଯାହାକୁ ନେଇ ସର୍ଫରାଜଙ୍କ ସହ କ୍ରୀଡା ପ୍ରେମୀ ମଧ୍ୟ ନିରାଶ ହୋଇଥିଲେ । କିନ୍ତୁ ନିଜ ଭୁଲ ବୁଝିପାରି କ୍ଷମା ମାଗିଛନ୍ତି ରବୀନ୍ଦ୍ର ଜାଡେଜା । ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସର୍ଫରାଜଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି ଏବଂ ସର୍ଫରାଜଙ୍କ ଇନିଂସର ପ୍ରଶଂସା ମଧ୍ୟ କରିଛନ୍ତି ।
ଘଟଣା ହେଉଛି ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜର ୩ୟ ମ୍ୟାଚରେ ସର୍ଫରାଜ ଓ ଜାଡେଜା ବ୍ୟାଟିଂ କରୁଥିଲେ । ସର୍ଫରାଜ ୬୨ ରେ ବ୍ୟାଟିଂ କରୁଥିଲାବେଳେ ଜାଡେଜା ତାଙ୍କର ଚତୁର୍ଥ ଟେଷ୍ଟ ଶତକ ହାସଲ କରିବାକୁ ଏକ ରନ ପଛରେ ଥିଲେ ଏବଂ ଗୋଟେ ସିଂଗିଲ ନେବାପାଇଁ ଚାହୁଁଥିଲେ । କିନ୍ତୁ ମାର୍କ ଉଡ଼ଙ୍କ ଥ୍ରୋ ସିଧା ଆସି ଷ୍ଟମ୍ପରେ ବାଜିଥିଲା ଯାହା ରାଜକୋଟରେ ସରଫରାଜଙ୍କ ଡେବ୍ୟୁ ଇନିଂସର ସମାପ୍ତି ଘଟିଥିଲା । ଏହି ଘଟଣାକୁ ନେଇ ଏବେ ଜାଡେଜା ଦୁଃଖିତ ଥିବା ସହ ନିଜ ଭୁଲ ସ୍ୱୀକାର କରିଛନ୍ତି ଏବଂ ସର୍ଫରାଜଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି ।
ଅଧିକ ପଢନ୍ତୁ : ଆଜିଠୁ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ