ପାକିସ୍ତାନର ପୂର୍ବତନ କ୍ରିକେଟର ବିଲି ଇବାଦୁଲ୍ଲାଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ୧୯୬୪ ରୁ ୧୯୬୭ ପର୍ଯ୍ୟନ୍ତ ସେ ପାକିସ୍ତାନ ପାଇଁ ୪ ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ସେ ପ୍ରଥମ ପାକିସ୍ତାନୀ ଖେଳାଳି ଯିଏକି ଟେଷ୍ଟ ଡେବ୍ୟୁରେ ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁରେ ୧୬୬ ରନ ସ୍କୋର କରିଥିଲେ ବିଲି।
ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ବିଲି ଇବାଦୁଲ୍ଲା ତାଙ୍କ କ୍ୟାରିୟରରେ ଆଉ ତିନୋଟି ଟେଷ୍ଟ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ଗୋଟିଏ ୱିକେଟ୍ ମଧ୍ୟ ନେଇଥିଲେ। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ଜଣେ ସଫଳ ବ୍ୟାଟ୍ସମ୍ୟାନ ଥିଲେ। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୭,୦୭୮ ରନ ସଂଗ୍ରହ କରିଥିଲେ ଏବଂ ୪୬୨ ଟି ୱିକେଟ୍ ନେଇଥିଲେ। ୬୪ ଲିଷ୍ଟ-ଏ ମ୍ୟାଚରେ ଇବାଦୁଲ୍ଲା ୮୨୯ ରନ ସଂଗ୍ରହ କରି ମୋଟ ୮୪ ୱିକେଟ୍ ନେଇଥିଲେ।
୧୯୬୪ ମସିହାରେ ଇବାଦୁଲ୍ଲା ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ ସାଥୀ ଡେବ୍ୟୁାଟାଣ୍ଟ ତଥା ୱିକେଟ୍ କିପର ଅବଦୁଲ କାଦିରଙ୍କ ସହ ୨୪୯ ରନର ଏକ ଓପନିଂ ଭାଗିଦାରୀ ହୋଇଥିଲା। ଏହି ରେକର୍ଡ ଦୀର୍ଘ ଦିନ ଧରି ରହିବ ପରେ ୧୯୯୭ ରେ ଆମୀର ସୁହେଲ ଓ ଇଜାଜ ଅହମ୍ମଦଙ୍କ ଦ୍ୱାରା ଭାଙ୍ଗିଥିଲା ।