ମୁଲାନପୁର; ରୟାଲ ଚାଲେଞ୍ଜର ବେଙ୍ଗୁଲୁରୁ ପ୍ରଥମ କ୍ବାଲିଫାୟାରରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ଚତୁର୍ଥ ଥର ପାଇ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି । ତେବେ ପୂର୍ବରୁ ଦଳ ତିନିଥର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ କେବେ ବି ବିଜେତା ହେବାରେ ସଫଳ ହୋଇ ନାହିଁ । ଯାହା ଫଳରେ ଆରସିବି ଫ୍ୟାନ୍ସଙ୍କ ମନରେ ଏବେବି ଟ୍ରଫି ସ୍ବପ୍ନ ହୋଇ ରହିଛି । ତେବେ ମୁଲାନପୁରରେ ଖେଳାଯାଇଥିବା ପ୍ରଥମ କ୍ବାଲିଫାୟାର ମ୍ୟାଚରେ ଷ୍ଟାଣ୍ଡରେ ଉପସ୍ଥିତ ଥିବା ଜଣେ ମହିଳା ନିଜ ହାତରେ ପ୍ଲାକାର୍ଡ ଧରି ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଥିଲେ । ମହିଳା ଜଣଙ୍କ ନିଜ ପ୍ଲାକାର୍ଡରେ ଲେଖି ଥିଲେ ଯଦି ଏଥର ଆରସିବି ଆଇପିଏଲ ଜିତିବାରେ ସଫଳ ନ ହୁଏ ତେବେ ସେ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେବେ । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚଳିତ ସିଜନରେ ଆରସିବି ଭଲ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରି ଥିବା ବେଳେ ଦଳରେ ଥିବା ସମସ୍ତ ଖେଳାଳି ମଧ୍ୟ ଜୋସରେ ରହିଛନ୍ତି । ତେବେ ଏପରି ପରିସ୍ଥିତିରେ ବେଙ୍ଗାଲୁରୁ ଏଥର ଆଇପିଏଲ ଟ୍ରଫି ଉଠାଇବା ନେଇ କ୍ରୀଡା ବିଶେଷଜ୍ଞ ମତ ରଖୁଛନ୍ତି ।