ବେଙ୍ଗାଲୁରୁ: ଆଇପିଏଲର ଫାଇନାଲ୍ ନିକଟତର । ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରି ସାରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) । ତେଣୁ ଏଥର ଟ୍ରଫି ଜିତିବା ନେଇ ଆରସିବି ପ୍ରଶଂସକଙ୍କ ଆଶା ବହୁତ ବଢି ଯାଇଛି । ଏଥର ଆରସିବି ଟ୍ରଫି ଉଠାଇବା ନେଇ ଲୋକେ ଆଶା ବାନ୍ଧି ବସିଛନ୍ତି । ଦଳର ବିଜୟକୁ ନେଇ ଜଣେ ପ୍ରଶଂସକ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଖାସ୍ ଅପିଲ୍ କରିଛନ୍ତି ।
ଆରସିିବିର ଜଣେ ପ୍ରଶଂସକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପାଇଁ ଲେଖିଛନ୍ତି ଯଦି ବେଙ୍ଗାଲୁରୁ ଏଥର ଆଇପିଏଲ ଟ୍ରଫି ଜିତେ ତେବେ ଆରସିବି ଫ୍ୟାନ୍ସ ଫେଷ୍ଟିଭାଲ ଡେ ଭାବେ ଏକ ସାର୍ବଜନୀନ ଛୁଟି ଘୋଷଣା କରାଯାଉ । ଏହି ପ୍ରଶଂସକଙ୍କ କହିବା କଥା ଆରସିବିର ବିଜୟ ପାଇଁ ଲୋକଙ୍କୁ ଗୋଟିଏ ଦିନ ଛୁଟି ମିଳିବା ଉଚିତ୍ । ଆରସିବି ପ୍ରଶଂସକଙ୍କ ଏହି ପୋଷ୍ଟ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ପୋଷ୍ଟ ଲେଖିଥିବା ବ୍ୟକ୍ତି ହେଉଛନ୍ତି କର୍ଣ୍ଣାଟକର ବେଲଗାମ ଜିଲ୍ଲା ସ୍ଥିତ ଗୋକକ ସହରର ବାସିନ୍ଦା ।
ସୂଚନାଯୋଗ୍ୟ, ବେଲଙ୍ଗାଲୁରୁ ପ୍ରଥମ କ୍ୱାଲିଫାୟର ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଦଳ ୨୦୧୬ ପରେ ଅର୍ଥାତ ୯ ବର୍ଷ ପରେ ଫାଇନାଲ୍ ଖେଳିବାକୁ ଯାଉଛି । ଏହା ଦଳର ଚତୁର୍ଥ ଫାଇନାଲ୍ । ହେଲେ ଦଳ ଗତ ତିନୋଟି ଫାଇନାଲ୍ ଖେଳି ଗୋଟିଏ ହେଲେ ଟ୍ରଫି ଜିତି ପାରିନି । ୨୦୦୯, ୨୦୧୧ ଓ ୨୦୧୬ରେ ଦଳ ଫାଇନାଲରେ ପହଞ୍ଚିଥିଲେ ହେଁ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।