ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ମୁମ୍ବାଇକୁ ଆଉ ଏକ ପରାଜୟର ସାମ୍ନା କରିବାକୁ ପଡିଛି । ରୋହିତ ଶର୍ମାଙ୍କ ଶତକ ସତ୍ୱେ ମୁମ୍ବାଇ ଇଂଡିଆନ୍ସକୁ ଆଉ ଏକ ପରାଜୟର ଶିକାର ହେବାକୁ ପଡିଛି । ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନିଙ୍କ ହ୍ୟାଟ୍ରିକ ଛକ୍କାକୁ ଦର୍ଶକ ବେଶ ପସନ୍ଦ ଆସିଥିବାବେଳେ ଶେଷ ୪ ଟି ବଲରେ ଧୋନି ସଂଗ୍ରହ କରିଥିବା ୨୦ ରନ ଚେନ୍ନାଇକୁ ମ୍ୟାଚ ଜିତାଇବାରେ ସାହାଯ୍ୟ କରିଛି । ମଥିଶା ପଥିରାନାଙ୍କ ଚମତ୍କାରୀ ବୋଲିଂ ମୁମ୍ବାଇକୁ ୨୦ ରନରେ ପରାସ୍ତ କରିଛି । ଏହା ସହ ମ୍ୟାଚରେ ସର୍ବାଧିକ ୪ଟି ୱିକେଟ୍ ନେଇ ଚେନ୍ନାଇକୁ ମ୍ୟାଚ ଜିତାଇବା ସହ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଛନ୍ତି ମଥିଶା ପଥିରାନା ।
ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଆଜିଙ୍କ୍ୟା ରାହାନେ ୫, ରଚିନ ରବୀନ୍ଦ୍ର ୨୧, ଋତୁରାଜ ଗାଇକୱାଡ ୬୯, ଶିବମ ଦୁବେ ୬୬, ଡ୍ୟାରିଲ ମିଚିଲ ୧୭ ଏବଂ ଧୋନି ୨୦ ରନ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୦୬ ରନ କରିଥିଲା । ଆଇପିଏଲ କ୍ୟାରିୟରର ୨୫୦ତମ ମ୍ୟାଚ ଖେଳୁଥିବା ଧୋନି ଶେଷ ଓଭରର ଶେଷ ଚାରୋଟି ବଲରେ ଲଗାତାର ୩ଟି ଛକା ମାରି ଦଳୀୟ ସ୍କୋରକୁ ୨୦୭ରେ ପହଞ୍ଚାଇଥିଲେ । ମୁମ୍ବାଇ ବୋଲିଂରେ ହାର୍ଦ୍ଦିକ ୨ଟି , ଶ୍ରେୟସ ଗୋପାଳ ୧ ଏବଂ ଜେରାଲ୍ଡ କୋଟଜି ଗୋଟିଏ ୱିକେଟ୍ ଥିଲେ । ଦ୍ଵିତୀୟ ଇନିଂସରେ ରୋହିତ ଶର୍ମା ଲଢୁଆ ଇନିଂସ ଖେଳିବା ସହ ଅପରାଜିତା ରହି ୧୦୫ ରନ ସଂଗ୍ରହ କରିଥିଲେ । ଇଶାନ କିଷାନ ୨୩, ତିଲକ ବର୍ମା ୩୧, ହାର୍ଦ୍ଦିକ ୨, ଡେଭିଡ ୧୩, ରୋମାରିଓ ସେଫର୍ଡ ୧ ଏବଂ ନବୀ ୪ ରନ କରିଥିଲେ । ପଥିରାନା ୪ଟି ୱିକେଟ୍ ନେଇଥିବାବେଳେ ତୁଷାର ଦେଶପାଣ୍ଡେ ଓ ମୁସ୍ତଫିଜୁର ରେହମାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଅଧିକ ପଢନ୍ତୁ : ଇଡେନ ଗାର୍ଡେନରେ କୋଲକାତାର ବଡ ବିଜୟ