ଆଫଗାନିସ୍ତାନ ଟି-୨୦ ବିଶ୍ୱକପ ୨୦୨୪ ରେ ଦୃଢ ପ୍ରଦର୍ଶନ କରିବା ସହ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ଆଫଗାନିସ୍ତାନ ଶୁକ୍ରବାର ପାପୁଆ ନ୍ୟୁ ଗିନି ବିପକ୍ଷରେ ୭ ୱିକେଟ୍ ରେ ବିଜୟ ହାସଲ କରି ସୁପର-୮ ରେ ଯୋଗ୍ୟତା ଅର୍ଜନ କରିଛି। ଆଫଗାନିସ୍ତାନର ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ସୁପର-୮ ଦୌଡରୁ ବାଦ ପଡିଛି।
ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୧୯.୫ ଓଭରରେ ପାପୁଆ ନ୍ୟୁ ଗିନି ୯୫ ରନରେ ସମସ୍ତ ୱିକେଟ୍ ହରାଇଥିଲା। ଫାରୁକି ତିନୋଟି ୱିକେଟ୍ ନେଇଥିବା ବେଳେ ନବୀନ ଉଲ ହକ ୨ ଟି ଓ ନୁର ଏହାମଦ ଗୋଟିଏ ୱିକେଟ୍ ନେଇଥିଲେ । ଅନ୍ୟ ୩ ଟି ୱିକେଟ୍ ରନ ଆଉଟ ହୋଇଥିବା ଦେଖିବାକୁ ମିଳିଥିଲା । ଦ୍ଵିତୀୟ ଇନିଂସରେ ଆଫଗାନିସ୍ତାନ ୧୫.୧ ଓଭରରେ ଗୁଲବଦିନ୍ ନାଏବଙ୍କ ଅପରାଜିତ ୪୯ ରନ ବଳରେ ଆଫଗାନିସ୍ତାନ ମ୍ୟାଚ ଜିତିଥିଲା। ଆଫଗାନିସ୍ତାନର ବିଜୟ ସହ ନ୍ୟୁଜିଲାଣ୍ଡ ଚଳିତ ଟି-୨୦ ବିଶ୍ୱକପରୁ ବାଦ ପଡିଛି।
ଗ୍ରୁପ-ସି ରୁ ୱେଷ୍ଟଇଣ୍ଡିଜ ଓ ଆଫଗାନିସ୍ତାନ ସୁପର ୮ ରେ ସ୍ଥାନ ପକ୍କା କରିଥିବାବେଳେ ଗ୍ରୁପ-ଡି ରେ ଦକ୍ଷିଣ ଆଫ୍ରିକା , ଗ୍ରୁପ -ଏ ରୁ ଭାରତ ଓ ଗ୍ରୁପ- ବି ରେ ଅଷ୍ଟ୍ରେଲିଆ ବର୍ତ୍ତମାନ ସୁଦ୍ଧା ସୁପର ୮ ପାଇଁ ଯୋଗ୍ୟତ ଅର୍ଜନ କରିଛନ୍ତି । ଗ୍ରୁପ-ଏ ରେ ଭାରତ ବ୍ୟତୀତ ସମସ୍ତଙ୍କ ଆଶା ଜୀବିତ ରହିଛି କିନ୍ତୁ ସ୍କଟଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରୁ ଗୋଟିଏ ଦଳର ଆଶା ଜୀବିତ ରହିଛି । ଗ୍ରୁପ-ସି ରେ ଦୁଇଟି ଦଳ ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । କିନ୍ତୁ ଗ୍ରୁପ-ଡି ରେ ବାଂଲାଦେଶ, ନେଦରଲ୍ୟାଣ୍ଡ ଓ ନେପାଳ ମଧ୍ୟରେ ସୁପର ୮ ପାଇଁ ରେସ୍ ଲାଗିରହିଛି ।
ଅଧିକ ପଢନ୍ତୁ : ୧୯ ବଲରେ ଜିତିଲା ଇଂଲଣ୍ଡ କିନ୍ତୁ ସୁପର ୮ ରେସ୍ ରେ ପଛୁଆ