ଟି-୨୦ ବିଶ୍ୱକପରେ ଭାରତୀୟ ଦଳକୁ ଚାମ୍ପିୟନ କରିଥିବା ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ବର୍ତ୍ତମାନ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ଚୟନ କରାଯାଇଛି। ଚଳିତ ମାସ ୨୭ ଜୁଲାଇରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ଗସ୍ତରୁ କୋଚ୍ ଗମ୍ଭୀର ଦଳର ଦାୟିତ୍ୱ ଗ୍ରହଣ କରିବେ।
ଏଥି ସହିତ, ତାଙ୍କର କାର୍ଯ୍ୟକାଳ ଡିସେମ୍ବର ୨୦୨୭ ପର୍ଯ୍ୟନ୍ତ ରହିବ ଅର୍ଥାତ ଗମ୍ଭୀର ଆଇସିସି ଚାମ୍ପିଅନ୍ସ ଟ୍ରଫିରୁ ୨୦୨୭ ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ ଭାରତ ଚାମ୍ପିୟନ ହେବା ଲକ୍ଷ୍ୟରେ ଦଳରେ ଯୋଗଦେବେ। ଏହି ସମୟ ମଧ୍ୟରେ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମାଙ୍କ ନଜର ଚାମ୍ପିଅନ୍ସ ଟ୍ରଫି ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଉପରେ ରହିବ।
ଆଇପିଏଲ ୨୦୨୪ ରେ ମେଣ୍ଟର ଭାବରେ କୋଲକାତା ନାଇଟ ରାଇଡର୍ସକୁ ଚାମ୍ପିୟନ କରିଥିବା ଗୌତମ ଗମ୍ଭୀର ତାଙ୍କର ଆକ୍ରମଣାତ୍ମକ ଶୈଳୀ ପାଇଁ ଜଣାଶୁଣା । କେକେଆର ଅଧିନାୟକ ଭାବେ କେକେଆରକୁ ଚମ୍ପିୟାନ କରିଥିବା ଗମ୍ଭୀର ଭାରତ ପାଇଁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପ୍ରଦର୍ଶନ କରିଛନ୍ତି । ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲରେ ମ୍ୟାଚରେ ଏବଂ ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ଗମ୍ଭୀର ।
ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ଗମ୍ଭୀର ବର୍ତ୍ତମାନ ଆଇପିଏଲରେ କେକେଆରର ବ୍ୟାଟିଂ କୋଚ୍ ଅଭିଷେଖ ନାୟର ଏବଂ ମୁମ୍ବାଇ ଇଣ୍ଡିଆନ୍ସର ବିନୟ କୁମାରଙ୍କୁ ବୋଲିଂ କୋଚ୍ ଭାବରେ ଭାରତୀୟ ଦଳରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ରଖିଛନ୍ତି । ତେବେ ଅଭିଷେଖ ନାୟରଙ୍କୁ ବିସିସିଆଇ ବ୍ୟାଟିଂ କୋଚ୍ ରୂପେ ଚୟନ କରିପାରେ କିନ୍ତୁ ବିନୟ କୁମାରଙ୍କୁ ବୋଲିଂ କୋଚ୍ ରୂପେ ଚୟନ କରିବାରେ କୌଣସି ସମ୍ଭାବନା ନାହିଁ । ତେବେ ବିଶ୍ୱକପ ଚାମ୍ପିୟନ ଦଳର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଏବଂ ବୋଲିଂ କୋଚ୍ ପାରସ୍ ମହମ୍ବ୍ରେ ଥିଲେ।
ଅଧିକ ପଢନ୍ତୁ : ତୃତୀୟ ଟି-୨୦ ପାଇଁ କେମିତି ରହିବ ପିଚ୍, ଦେଖନ୍ତୁ ପିଚ୍ ରିପୋର୍ଟ