ମୁମ୍ବାଇ: ରୋମାଞ୍ଚକର ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ଇଂଲଣ୍ଡକୁ ୩୦ ରନରେ ପରାସ୍ତ କରିଛି। ଚଳିତ ଟି-୨୦ ବିଶ୍ଵକପରେ ୱେଷ୍ଟଇଣ୍ଡିଜର ଏହା ଲଗାତାର ଦ୍ଵିତୀୟ ବିଜୟ। ୧୦ ବର୍ଷ ପରେ ଟି ୨୦ ବିଶ୍ୱକପରେ ଏହା ୱେଷ୍ଟଇଣ୍ଡିଜ୍ର ଇଂଲଣ୍ଡ ଉପରେ ପ୍ରଥମ ବିଜୟ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ, କାରିବିଆନ୍ ଦଳ ପ୍ରଥମେ ବ୍ୟାଟିଂ କରି ୧୯୬ ରନ କରିଥିଲା। ଜବାବରେ ଇଂଲଣ୍ଡ କେବଳ ୧୬୬ ରନ କରିପାରିଥିଲା। ମ୍ୟାଚ୍ରେ ଶେରଫେନ୍ ରଥରଫୋର୍ଡ ୭୬ ରନ କରିଥିଲେ।
ଏହି ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ଆରମ୍ଭରୁ ପ୍ରଥମ ସାତ ବଲରେ ଦୁଇଟି ୱିକେଟ୍ ହରାଇଥିଲେ। ତଥାପି, ରଥରଫୋର୍ଡଙ୍କ ଅପରାଜିତ ୭୬, ଜାସନ୍ ହୋଲଡରଙ୍କ ୩୩ ଏବଂ ରୋଷ୍ଟନ୍ ଚେଜ ୩୪ ରନ ଯୋଗୁଁ ୱେଷ୍ଟଇଣ୍ଡିଜ୍ ଦଳ ୧୯୬ ରନରେ ପହଞ୍ଚିଥିଲା। ୱେଷ୍ଟଇଣ୍ଡିଜ୍ ବ୍ୟାଟର ଶେଷ ପାଞ୍ଚ ଓଭରରେ ମୋଟ ୬୬ ରନ ଯୋଡିଥିଲେ।
୧୦ ବର୍ଷ ପରେ ୱେଷ୍ଟଇଣ୍ଡିଜ୍ ବିଜୟୀ
ୱେଷ୍ଟଇଣ୍ଡିଜ୍ ଶେଷ ଥର ପାଇଁ ୨୦୧୬ରେ ଟି୨୦ ବିଶ୍ୱକପ୍ ଜିତିଥିଲା। ୨୦୧୬ ବିଶ୍ୱକପ୍ ଫାଇନାଲରେ ଦଳ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରିଥିଲେ। ଏହା ପରେ ଦଶ ବର୍ଷ ବିତିଯାଇଥିଲେ ମଧ୍ୟ କାରିବିଆନ୍ ଦଳ ଇଂରେଜଙ୍କ ବିପକ୍ଷରେ ବିଜୟୀ ହୋଇପାରି ନଥିଲା। ଶେଷରେ, ୱାଙ୍ଖଡେ ଷ୍ଟାଡିୟମରେ ଇଂଲଣ୍ଡକୁ ୩୦ ରନରେ ପରାସ୍ତ କରି ୱେଷ୍ଟଇଣ୍ଡିଜ୍ ନିଜର ପରାଜୟ ଧାରା ଭାଙ୍ଗିଛି।
୧୯୭ ରନର ଲକ୍ଷ୍ୟ ପିଛା କରି, ଇଂଲଣ୍ଡ ପାଇଁ କୌଣସି ବ୍ୟାଟର ବଡ଼ ଇନିଂସ ଖେଳିପାରି ନଥିଲେ। ଜ୍ୟାକବ୍ ବେଥେଲ୍ ୩୩ ରନ କରିଥିବା ବେଳେ ସାମ୍ କରନ୍ ୪୩ ରନ କରି ଅପରାଜିତ ରହିଥିଲେ। ଜୋସ୍ ବଟଲର୍ ମଧ୍ୟ ୨୧ ରନ ଯୋଗଦାନ ଦେଇଥିଲେ, କିନ୍ତୁ ଇଂଲଣ୍ଡକୁ ବିଜୟୀ କରାଇ ପାରି ନଥିଲେ। ଏହି ବିଶ୍ୱକପରେ ଇଂଲଣ୍ଡର ପ୍ରଦର୍ଶନ ନିରୁତ୍ସାହଜନକ ରହିଛି। କାରଣ ପୂର୍ବ ମ୍ୟାଚ୍ରେ ଦଳ ନେପାଳଠାରୁ ପରାଜୟରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ଇଂଲଣ୍ଡ ନେପାଳ ବିପକ୍ଷ୪ ମ୍ୟାଚ୍କୁ ମାତ୍ର ୪ ରନରେ ଜିତିଥିଲା।
Also read: ଟିମ୍ ଇଣ୍ଡିଆ ପାଇଁ ଡବଲ ଟେନସନ, ଇଶାନ କିଶନ ଆହତ ! ଅଭିଷେକ ଶର୍ମା ଅସୁସ୍ଥ