ଖବର ଓଡିଶା : 05/05/2023:
କ୍ରିକେଟର ବିରାଟ କୋହଲି , ଜଣେ ବିଶ୍ୱସ୍ତରୀୟ ଆଇକନ୍। ରନ୍ ସ୍କୋରରେ ରେକର୍ଡ ପରେ ରେକର୍ଡ ଯାହାଙ୍କ ନାମରେ ଯୋଡି ହୋଇଛି | ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବ କ୍ରିକେଟରମାନେ ତାଙ୍କୁ ପ୍ରଶଂସା କରନ୍ତି | ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ୍ ର ସର୍ବାଧିକ ରନ୍ ସ୍କୋରର ଅଟନ୍ତି | ସେ ଆଇପିଏଲରେ ଅନେକ ରେକର୍ଡର ଅଧିଆକାରୀ ତେବେ ବିରାଟଙ୍କ ନାମରେ ଆଉ ଦୁଇଟି ମାଇଲଖୁଣ୍ଟ ଅଛି ଯାହା ତାଙ୍କୁ ଅନ୍ୟମାନଙ୍କଠାରୁ ପୃଥକ କରିଛି | ବିରାଟ କୋହଲି ହେଉଛନ୍ତି ଆଇପିଏଲ୍ ଇତିହାସର ଏକମାତ୍ର ଖେଳାଳି ଯିଏ ଏପର୍ଯ୍ୟନ୍ତ ଖେଳିଥିବା ପ୍ରତ୍ୟେକ ସିଜନରେ ଗୋଟିଏ ମାତ୍ର ଫ୍ରାଞ୍ଚାଇଜ୍ ପାଇଁ ଖେଳିଛନ୍ତି । ଲାସିଥ୍ ମାଲିଙ୍ଗା ଏବଂ କିରନ୍ ପୋଲାର୍ଡଙ୍କ ପରି ଖେଳାଳି ଅଛନ୍ତି ଯେଉଁମାନେ କେବଳ ଗୋଟିଏ ଫ୍ରାଞ୍ଚାଇଜ୍ ପାଇଁ ଖେଳିଥିଲେ । କିନ୍ତୁ ସେମାନେ ଆଇପିଏଲ୍ ର ପ୍ରତ୍ୟେକ ସିଜିନ୍ ରେ ଖେଳି ନାହାଁନ୍ତି ।
କୋହଲି ୨୦୦୮ ରେ ଆରସିବିରେ ଯୋଗ ଦେଇଥିଲେ ଏବଂ କ୍ରମାଗତ ୧୬ ବର୍ଷ ପାଇଁ ଦଳର ପ୍ରତିନିଧିତ୍ୱ କରୁଛନ୍ତି । ୨୦୦୮ ମସିହାରେ,ଅଣ୍ଡର ୧୯ ଖେଳାଳିଙ୍କ ପାଇଁ କୌଣସି ନିଲାମ ହୋଇନଥିଲା ଏବଂ ସେମାନଙ୍କୁ ପ୍ରି-ସିଜନ୍ ଡ୍ରାଫ୍ଟରେ ଚୟନ କରାଯାଇଥିଲା । ଯେହେତୁ ପୂର୍ବରୁ କୋହଲି ଭାରତ ଅଣ୍ଡର ୧୯ ଦଳରେ ଅଧିନାୟକତ୍ୱ କରିସାରିଛନ୍ତି, ତେଣୁ ତାଙ୍କୁ ତାଙ୍କ ଘରୋଇ ଦଳ ବାଛିବେ ବୋଲି ଆଶା କରାଯାଇଥିଲା ହେଲେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ତାଙ୍କୁ ଚୟନ ନକରିବା ପରେ ଆରସିବି କୋହଲିଙ୍କୁ ଖୋଲା ହାତରେ ସ୍ୱାଗତ କରି ତାଙ୍କୁ ପ୍ରଥମ ଆଇପିଏଲ ଚୁକ୍ତି ଦେଇଥିଲା। କିନ୍ତୁ ଆରସିବି ଜାଣି ନଥିଲା ଯେ ସେମାନେ ଯେଉଁ ବ୍ୟାଟ୍ସମ୍ୟାନକୁ ନେଉଛନ୍ତି ସିଏ ଦିନେ ବିଶ୍ୱ କ୍ରିକେଟ୍ ରେ ଅନେକ ରେକର୍ଡ ଆଉ କ୍ରିକେଟ ଇତିହାସରେ ଏକ ବିରାଟ ନାମ ହେବ ।
କୋହଲି ୨୦୦୮ ରେ ୧୬୫ ରନ୍ ଏବଂ ଆଇପିଏଲ୍ ସିଜିନ୨ ରେ ୨୪୬ ରନ୍ ସ୍କୋର କରିଥିଲେ। ଆରସିବି ଅତି ସହଜରେ ବିରାଟଙ୍କ ନାମ ନିଲାମକୁ ପଠାଇ ପାରିଥାନ୍ତା କିନ୍ତୁ ଏପରି କରିବା ପରିବର୍ତେ ଆରସିବି ବିରାଟଙ୍କୁ ସମର୍ଥନ କରିଥିଲା । ୨୦୧୦ ରେ କୋହଲି ୩୦୭ ରନ୍ ସ୍କୋର କରିବା ପରେ ଲାଗୁଥିଲା ଯେ ଫ୍ରାଞ୍ଚାଇଜ୍ ତାଙ୍କୁ ମୁକ୍ତ କରିବ। ୨୦୧୧ ମେଗା ନିଲାମ ପୂର୍ବରୁ ସେମାନେ ରାହୁଲ ଦ୍ରାବିଡ଼ ଏବଂ ଅନିଲ କୁମ୍ବଲେଙ୍କ ପରି କିମ୍ବଦନ୍ତୀଙ୍କୁ ଦଳରୁ ମୁକ୍ତ କରିଥିଲେ କିନ୍ତୁ ବିରାଟ କୋହଲିଙ୍କୁନିଜ ଦଳରେ ରଖିଥିଲେ । ୨୦୧୧ ଠାରୁ, କୋହଲିଙ୍କୁ ଆଉ ପଛକୁ ଚାହିଁ ନାହାନ୍ତି ଏବଂ ଏହା ପରେ ବିରାଟ କେବେବି ଆଇପିଏଲ୍ ନିଲାମରେ ପ୍ରବେଶ କରିନାହାନ୍ତି |
ତେବେ ଗୋଟିଏ କଥା ନିଶ୍ଚିତ ହୋଇଛି ଯେ କୋହଲି ଆରସିବିରେ ନିଜର ଆଇପିଏଲ କ୍ୟାରିୟର ଶେଷ କରିବେ। ଯଦିଓ ସେ ବର୍ତ୍ତମାନ ଆରସିବିର ଅଧିନାୟକ ନୁହଁନ୍ତି, ସେ ହେଉଛନ୍ତି ଆରସିବିର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳି ଏବଂ ଫ୍ରାଞ୍ଚାଇଜ୍ ର ଚେହେରା | କୋହଲି ୨୦୧୩ ରୁ ୨୦୨୧ ପର୍ଯ୍ୟନ୍ତ ପୂର୍ଣ୍ଣକାଳୀନ ଭିତ୍ତିରେ ଆରସିବିର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ଯଦିଓ ବିରାଟ ଅନେକ ରେକର୍ଡ ହାସଲ କରିଛନ୍ତି କିନ୍ତୁ ଆଇପିଏଲ ଟ୍ରଫି ଉଠାଇବାର ସ୍ୱପ୍ନ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ।