ଶୂନରେ ଆଉଟ ହୋଇ ଅଲୋଡ଼ା ରେକର୍ଡ କଲେ ବିରାଟ କୋହଲି
Khabar Odisha:Virat-Kohli-creates-unwanted-record-after-out-on-zero
ଅହମଦାବାଦ, ମାର୍ଚ୍ଚ ୦୬ (ଖବର ଓଡ଼ିଶା):

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ - ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୃର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୂନରେ ଆଉଟ ହେବା ସହ ଟେଷ୍ଟ କ୍ରିକେଟରେ କିଛି ଅଲୋଡ଼ା ରେକର୍ଡ କରିଛନ୍ତି । ଏହି ସିରିଜରେ ଦ୍ୱିତୀୟ ଥର ପାଇଁ ଶୂନରେ ଆଉଟ ହୋଇଛନ୍ତି । ବିରାଟ କୋହଲି ଶୂନରେ ଆଉଟ ହେବା ସହ ଭାରତୀୟ ଅଧିନାୟକ ଭାବେ ଟେଷ୍ଟ ମ୍ୟାଚରେ ସର୍ବାଧିକ ୮ ଥର ଶୂନରେ ଆଉଟ ହୋଇଛନ୍ତି । ପୂର୍ବରୁ ଏହି ରେକର୍ଡ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ରହିଥିଲା । ସେହିପରି ଭାରତୀୟ ଅଧିନାୟକ ଭାବେ ୧୩ ଥର ପାଇଁ ଶୂନରେ ଆଉଟ ହୋଇଛନ୍ତି ବିରାଟ । ପୂର୍ବତନ ଭାରତୀୟ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ୧୩ ଥର ଶୂନରେ ଆଉଟ ହୋଇଥିଲେ. ଅନ୍ୟ ପକ୍ଷରେ ଭାରତୀୟ ବ୍ୟାଟସମାନ ଭାବେ ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିଅନ ସିପରେ ସର୍ବାଧିକ ୪ ଥର ଶୂନରେ ଆଉଟ ହୋଇଛନ୍ତି ବିରାଟ । ଅନ୍ୟ ଭାରତୀୟ ମାନଙ୍କ ମଧ୍ୟରେ ଯଶପ୍ରୀତ ବୁମ୍ରା ୪ ଥର, ଚେତେଶ୍ୱର ପୂଜାରା ଏବଂ ମହମଦ ସାମି ମଧ୍ୟ ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିଅନ ସିପରେ ଶୂନରେ ଆଉଟ ହୋଇଛନ୍ତି । ବ୍ୟାଟସମାନ ଭାବ ତିନୋଟି ଫର୍ମାଟକୁ ମିଶାଇଲେ ଆର୍ନ୍ତଜାତୀୟ କ୍ରିକେଟରେ ଏହା ବିରାଟ କୋହଲିଙ୍କ ୨୭ ତମ ଡକ ।

  • Tags:

Subscribe

National International State Sports Entertainment