ଆଜି ରନ ମେସିନ, କିଙ୍ଗ କୋହଲିଙ୍କ ଜନ୍ମ ଦିନ। ଆଜି ୩୭ ବର୍ଷ ବୟସରେ ପାଦ ଥାପିଛନ୍ତି ବିରାଟ। ଏହି ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ତାଙ୍କର ଦୀର୍ଘାୟୁ କାମନା କରିବା ସହିତ ବିରାଟଙ୍କ ଜନ୍ମଦିନକୁ କେକ କାଟି ବେଶ ଧୁମ ଧାମରେ ପାଳନ କରିଛନ୍ତି । ତେବେ ବିରାଟ ନିଜ ଜନ୍ମଦିନକୁ କେକ କାଟି ନିଜ ପରିବାର ସହିତ ମନାଇଛନ୍ତି।
୧୯୮୮ ମସିହାରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ବିରାଟ। ମାତ୍ର ୯ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଏହାପରେ ଅଣ୍ଡର-୧୯ କ୍ରିକେଟ ଟିମ୍ରୁ କ୍ୟାପ୍ଟେନ କ୍ୟାରିୟର ଆରମ୍ଭ କରିଥିବା କୋହଲି ଏବେ କ୍ରିକେଟ କିଙ୍ଗ। ମଧ୍ୟବିତ୍ତ ପରିବାରରୁ ଆସି ପୂରା ବିଶ୍ୱରେ ନାଁ କମାଇଛନ୍ତି। ଦିନିକିଆରେ ସର୍ବାଧିକ ରନ୍, ସର୍ବାଧିକ ପ୍ଲେୟର ଅଫ୍ ଦ ସିରିଜ ଆୱାର୍ଡ, ଦିନିକିଆରେ ସର୍ବାଧିକ ଶତକ, ସମସ୍ତ ଫର୍ମାଟ୍ ରେ ଆଇସିସି କ୍ରିକେଟର ଅଫ୍ ଦ ଇୟର୍, ଆଦି କେତେ ଆୱାର୍ଡ ବିରାଟ ନିଜ ନାଁରେ କରିସାରିଛନ୍ତି।
ଅନେକ ବଡ ବଡ ମ୍ୟାଚରେ କୋହଲିଙ୍କ ଯାଦୁ ଫିଲ୍ଡରେ ଦେଖିବାକୁ ମିଳେ। ଯେତେବେଳେ କାହାର ବ୍ୟାଟ ନଚାଲେ ସେତେବେଳେ କୋହଲିଙ୍କ ବ୍ୟାଟରୁ ରନ ର ବର୍ଷା ହୋଇଥାଏ। ସେ ବ୍ୟାଟ ବୁଲାଇଲେ ବିପକ୍ଷ ଦଳର ହାରିବା ଭୟ ଦ୍ବିଗୁଣିତ ହୋଇଯାଏ। ବିରାଟଙ୍କ ବିରାଟ ପାଳି ଖେଳର ମୋଡ ବଦଳାଇ ଦେଇଥାଏ। ସେ ଯେତେବେଳେ ପଡିଆକୁ ଓଲ୍ହାନ୍ତି ଦଳକୁ ବିଜେତା କରିଥାନ୍ତି। ତେବେ ନିକଟରେ ତାଙ୍କ କ୍ରିକେଟ କୀର୍ତ୍ତି ସମସ୍ତଙ୍କୁ ପ୍ରଶଂସିତ କରିବାକୁ ବାଧ୍ୟ କରିଛି ।
ଅଧିକ ପଢନ୍ତୁ : Asia Cup 2025: ଦୁଇଟି ମ୍ୟାଚ୍ରୁ ବ୍ୟାନ ହେଲେ ହାରିସ ରୌଫ, ସୂର୍ଯ୍ୟ-ବୁମରାଙ୍କୁ ବି ମିଳିଲା ଦଣ୍ଡ