ଆଜି ବସିବ ଆଇପିଏଲ୍ ପରିଚାଳନା ପରିଷଦ କମିଟିର ଚୂଡାନ୍ତ ବୈଠକ
Khabar Odisha:The-final-meeting-of-the-IPL-Steering-Committee-will-be-held-today
ମୁମ୍ୱାଇ, ଅଗଷ୍ଟ ୦୨ (ଖବର ଓଡ଼ିଶା):

ଆଜି ଆଇପିଏଲ୍ ପରିଚାଳନା ପରିଷଦ ତରଫରୁ ଆଗାମୀ ଆଇପିଏଲ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଆଇପିଏଲର ତାରିଖ ଏବଂ ସମୟ ଧାର୍ଯ୍ୟ କରାଯିବ । ଏହା ସହ ଏବେ ମହାମାରୀ କରୋନା ସମୟ ଚାଲିଥିବାରୁ ଏହାକୁ ଆଖି ଆଗରେ ରଖି ଏକ ଗାଉଡ ଲାଇନ ମଧ୍ୟ ପ୍ରସ୍ତୁତ କରାଯିବ । ଚାଇନିଜ କମ୍ପାନୀ ଭିଭୋ ଏଥର ଆଇପିଏଲର ସ୍ପନଶର ରହିବ କି ନାହିଁ ସେ ସମ୍ପର୍କରେ ଆଲୋଚନା କରାଯିବ ଏବଂ ଆଗାମୀ ଆଇପିଏଲ ଆୟୋଜନ କରିବା ନିମନ୍ତେ ସରକାରଙ୍କ ଅନୁମତି ମିଳିବା ଦିଗରେ ମଧ୍ୟ ଆଲୋଚନା କରାଯିବ । ଅନ୍ୟପକ୍ଷରେ ଲିଗ୍‌କୁ ସଂଯୁକ୍ତ ଆରବ ଏମିରେଟ୍ସକୁ ସ୍ଥାନାନ୍ତର କରିବାକୁ ବିସିସିଆଇ ପ୍ରସ୍ତୁତ ହୋଇଥିବାବେଳେ ବ୍ରିଜେଶ ପଟେଲଙ୍କ ନେତୃତ୍ୱାଧୀନ ଶାସକ ପରିଷଦର ୧୦-ପଏଣ୍ଟ ଏଜେଣ୍ଡାରେ ସରକାରଙ୍କ ତରଫରୁ ଅନୁମତି ମିଳିବା ନିହାତି ଦରକାର ।

  • Tags:

Subscribe

National International State Sports Entertainment