ମେଲବର୍ଣ୍ଣ,ଅକ୍ଟୋବର ୨୩(ଖବର ଓଡିଶା):
ଟିମ୍ ଇଣ୍ଡିଆର ଦିପାବଳି ଭେଟି। ବିଶ୍ୱକପ୍ରେ ପାକିସ୍ତାନକୁ ହରାଇଲା ଭାରତ। ପାକିସ୍ତାନ ବିପକ୍ଷରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି । ୪ ୱିକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ପାଣି ପିଆଇଦେଇଛି ଭାରତ ।
ଏହି ମ୍ୟାଚରେ ବିରାଟ କୋହଲି ଦମଦାର ପ୍ରଦର୍ଶନ କରିଥିଲେ । ଫଳରେ ଭାରତ ଏବେ ବିଜୟ ସହ ଟି-୨୦ ବିଶ୍ୱକପର ଅଭିଯାନ ଆରମ୍ଭ କରିଛି ।
ତେବେ ଆଜିର ମ୍ୟାଚ୍ରେ ପାକିସ୍ତାନ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୧୫୯ ରନ୍ କରିଥିଲା। ଜବାବରେ ଭାରତ ନିର୍ଦ୍ଧାରିତ ୨୦ ଓଭର ଖେଳି ୬ ୱିକେଟ୍ ହରାଇ ୧୬୦ ରନ୍ କରିଛି।
ଟିମ୍ ଇଣ୍ଡିଆ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୮୨ ରନ୍ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ୍ କରିଥିଲେ।