କଟକ: ବାରବାଟୀ ଟି-୨୦ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇ ଯାଇଛି । ଆଉ କେଇ ଘଣ୍ଟା ପରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ । ପିଚଠୁ ନେଇ ପାଭିଲିୟନ, ଗ୍ୟାଲେରୀ ସବୁ ପ୍ରସ୍ତୁତ ହୋଇ ସାରିଛି । ଷ୍ଟାଡିୟମ ପରିସର ସହ ଆଖପାଖ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ମଧ୍ୟରେ ଆଜି ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି ଭାରତୀୟ ଦଳର ଖେଳାଳି ।
ଦିନ ୧ଟାରେ ସାମ୍ବାଦିକ ସମ୍ମିଳନୀ ରହିଛି । ଏହା ପରେ ୧ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଭାରତୀୟ ଖେଳାଳି ଭ୍ୟାସ କରିବେ । ଏହା ପୂର୍ବରୁ ଏକ ସ୍ୱତନ୍ତ୍ର ବସରେ କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ମେ ଫେୟାର ହୋଟେଲରୁ ବାହାରି ଷ୍ଟାଡିୟମରେ ପହଞ୍ଚିଛନ୍ତି ସମସ୍ତ ଖେଳାଳି । ପ୍ରାକ୍ଟିସ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ପ୍ରକାଶ ପାଇଛି । ସେଥିପାଇଁ ଗ୍ୟାଲେରୀ ନମ୍ବର ୬ ଓ ୭ରେ ଦର୍ଶକ ମାଗଣାରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ ଦେଖି ପାରିବେ ।
ଭାରତୀୟ ଦଳର ଅଭ୍ୟାସ ପରେ ଦକ୍ଷିଣ ଆଫ୍ରିକା ଦଳର ଖେଳାଳି ୪ଟା ୩୦ରେ ଷ୍ଟାଡିୟମରେ ପହଞ୍ଚିବେ । ସନ୍ଧ୍ୟା ୪ଟା ୪୫ରେ ସାମ୍ବାଦିକ ସମ୍ମିଳନୀ ପରେ ୫ଟା ୩୦ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବେ । ଏହା ପରେ ଫେରିଯିବେ ହୋଟେଲ ମେ ଫେୟାରକୁ । ଏହା ପୂର୍ବରୁ ଗତକାଲି ରାତିରେ ଷ୍ଟାଡିୟମର ଫ୍ଲଡ ଲାଇଟର ରିହଲର୍ସଲ କରିଛି ଓସିଏ ।
କଟକ ବର୍ତ୍ତମାନ କ୍ରିକେଟ୍ ଫିଭରରେ ପରିଣତ ହୋଇଛି । ଭିଡକୁ ଦୃଷ୍ଟିରେ ରଖି ଆଜି ମଧ୍ୟାହ୍ନ ୧୨ଟାରୁ ରାତ୍ର ୯ ଘଟିକା ପର୍ୟ୍ୟନ୍ତ ଏବଂ ଆସନ୍ତାକାଲି ସକାଳ ୮ଘଟିକା ଠାରୁ ଭିଡ଼ ଭାଙ୍ଗିବା ପର୍ୟ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଛି। ମାତାମଠ ପଟୁ ମହାନଦୀ ରିଂ ରୋଡ଼ ରେ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାତିଗୁଡିକୁ ପାର୍ଟି କରି ପାରିବେ ।
Also read: ମ୍ୟାଚ୍ ଆଗରୁ ଟିକେଟ୍ କଳାବଜାରୀ : ୪ ଗିରଫ, ୨୧ ଟିକେଟ ଜବତ