ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ ନ୍ୟୁଜିଲାଣ୍ଡ ବିପକ୍ଷ ଜାନୁଆରୀ ୧୧ରୁ ଆରମ୍ଭ ହେଉଥିବା ଦିନିକିଆ ସିରିଜ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଆହତ ସମସ୍ୟାରୁ ମୁକୁଳି ଫିଟ୍ ହୋଇଥିବା ଉପଅଧିନାୟକ ଶ୍ରେୟସ ଆୟରଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି । କିନ୍ତୁ ଡାକ୍ତରୀ ଦଳଙ୍କ ଅନୁମତି ପରେ ହିଁ ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯିବ । ଦ୍ରୁତ ବୋଲର ମହମ୍ମଦ ସିରାଜ ଦିନିକିଆ ଦଳକୁ ଫେରିଛନ୍ତି । ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିନିକିଆ ସିରିଜରୁ ବିଶ୍ରାମ ଦିଆଯାଇଛି ।
ମହମ୍ମଦ ସିରାଜଙ୍କୁ ପରିସ୍ଥିତି କାରଣରୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଚୟନ କରାଯାଇ ନ ଥିଲା । ଅଷ୍ଟ୍ରେଲିଆ ବିପକ୍ଷ ବିଦେଶୀ ସିରିଜ୍ ପାଇଁ ସେ ଦଳର ସଦସ୍ୟ ଥିଲେ । କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରଜରେ ତାଙ୍କୁ ଅଣଦେଖା କରାଯାଇଥିଲା । କିନ୍ତୁ ଚୟନକର୍ତ୍ତା ପୁଣି ଥରେ ମହମ୍ମଦ ସିରାଜଙ୍କ ଉପରେ ଭରସା ପ୍ରକାଶ କରିଛନ୍ତି । କିନ୍ତୁ ବରିଷ୍ଠ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ପୁଣି ଥରେ ଚୟନକର୍ତ୍ତା ଅଣଦେଖା କରିଛନ୍ତି । ଆହତଜନିତ ସମସ୍ୟାରୁ ମୁକୁଳିବା ପରେ ଶାମି ପଶ୍ଚିମବଙ୍ଗ ପକ୍ଷରୁ ସମସ୍ତ ଫର୍ମାଟରେ ଖେଳୁଛନ୍ତି । କିଛି ଲୋକଙ୍କ କହିବା କଥା ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ସମୟ ବିତି ସାରିଛି ।
ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ
ଶୁଭମନ ଗିଲ(ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ(ୱିକେଟ୍ କିପର), ଶ୍ରେୟସ ଆୟର(ଉପଅଧିନାୟକ), ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କୃଷ୍ଣା, କୁଲଦୀପ ଯାଦବ, ଋଷଭ ପନ୍ତ(ୱିକେଟ କିପର), ନୀତିଶ ରେଡ୍ଡୀ, ଅର୍ଶଦୀପ ସିଂ, ଯଶସ୍ୱୀ ଜୟସ୍ୱାଲ ।
Also read: ହେ ପ୍ରଭୁ ! ଦିନିକିଆ ମ୍ୟାଚରେ ବିହାର କଲା ୫୭୪ ରନ, ସୃଷ୍ଟି ହେଲା ସବୁଠୁ ବଡ ସ୍କୋରର ମହାରେକର୍ଡ