ପୁଣି ଚମକିଲେ ନୀରଜ ଚ୍ରୋପା; ଫିନଲ୍ୟାଣ୍ଡରେ ଜିତିଲେ ସ୍ୱର୍ଣ୍ଣ, ୮୬.୬୯ମି ଫିଙ୍ଗିଲେ ଜାଭ୍‌ଲିନ୍‌
Khabar Odisha:Sports-Neeraj-Chopra-gold-medal-Kuortane-games-in-Finland-record

ନୂଆଦିଲ୍ଲୀ, ଜୁନ୍ ୧୯ (ଖବର ଓଡ଼ିଶା): ଟୋକିଓ ଅଲିମ୍ପିକ୍ସ-୨୦୨୦ ସ୍ୱର୍ଣ୍ଣ ପଦକ ବିଜେତା ପୁଣି ଥରେ ଚମକିଛନ୍ତି । ଫିନ୍‌ଲାଣ୍ଡରେ ଜାରିଥିବା କୁଓର୍ତାନେ ଗେମ୍ସରେ ନୀରଜ ଚୋପ୍ରା ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନୀରଜ ଚୋପ୍ରା ଏଠାରେ ୮୬.୬୯ ମିଟର ଦୂର ଜାଭଲିନ ଫିଙ୍ଗି ଥିଲେ ଓ ତାଙ୍କର କୌଣସି ପ୍ରତିଦ୍ୱନ୍ଦ୍ୱୀ ଏହି କାମ କରିପାରି ନଥିଲେ । ବିଗତ ଦିନରେ ମଧ୍ୟ ନୀରଜ ଚୋପ୍ରା ନ୍ୟାଶନାଲ ରେକର୍ଡ ପ୍ରତିଷ୍ଠା କରିଥିଲେ । 

ନୀରଜ ଚୋପ୍ରା ଏଠାରେ ପ୍ରଥମ ଉଦ୍ୟମରେ ୮୬.୬୯ ମିଟର ଜାଭଲିନ ଫିଙ୍ଗିଥିଲେ । ତାଙ୍କ ପାଖାପାଖି ମଧ୍ୟ କୌଣସି ଖେଳାଳି ଏହି କାମ କରିପାରି ନଥିଲେ । ନୀରଜ ବାକି ୨ ପାଳିକୁ ଫାଉଲ କରିଥିଲେ । କାରଣ ତାଙ୍କ ନାଁରେ ଆଉ କୌଣସି ଛୋଟ ସ୍କୋର ନ ଆସୁ । ତେବେ ନୀରଜ ଚୋପ୍ରା ଆଘାତ ପାଇବାରୁ ମଧ୍ୟ ବର୍ତ୍ତି ଯାଇଛନ୍ତି । ସେ ଯେତେବେଳେ ଜାଭଲିନ ଥ୍ରୋ କରୁଥିଲେ, ଅଚାନକ ତାଙ୍କର ପାଦ ଖସିଯାଇଥିଲା । କିନ୍ତୁ ନୀରଜ ଠିକ ଭାବରେ ଉଠି ପାରିଥିଲେ । 

ଏହି କ୍ରୀଡ଼ାରେ ନୀରଜ ଚୋପ୍ରାଙ୍କ ସାମ୍ନାରେ ୨୪ ବର୍ଷୀୟ ଏଡରସନ ପୀଟର୍ସ ଥିଲେ, ଯିଏକି ଏଥର ୨ ଥର ୯୦ ମିଟରରୁ ଅଧିକ ଦୂର ଜାଭଲିନ ଫିଙ୍ଗି ସାରିଛନ୍ତି । କିନ୍ତୁ ଏଠାରେ ସେ ୯୦ ମିଟର ଦୂର ପୁନାରାବୃତ୍ତି କରିପାରି ନଥିଲେ । ତେଣୁ ନୀରଜଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା । 

ନୀରଜ ଚୋପ୍ରାଙ୍କ ସଫଳତାରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଖୁସି ପ୍ରକାଶ କରିଛନ୍ତି । ସେ ନୀରଜ ଚୋପ୍ରାଙ୍କ ଏକ ଭିଡିଓ ଟୁଇଟ କରିଛନ୍ତି ଏବଂ ଲେଖିଛନ୍ତି ଯେ, ନୀରଜକୁ ସୁନା ମିଳିଛି । ସେ ପୁଣି ଥରେ ଚାମ୍ପିଅନ ହୋଇଛନ୍ତି । 

 

  • Tags:

Subscribe

National International State Sports Entertainment