ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷିତ: ଧୱନଙ୍କୁ ଦାୟିତ୍ୱ, କୋହଲି-ରୋହିତଙ୍କୁ ବିଶ୍ରାମ
Khabar Odisha:Sports-cricket-team-India-squad-for-Zimbabwe-ODI-tour-announced

ନୂଆଦିଲ୍ଲୀ, ଜୁଲାଇ ୩୧ (ଖବର ଓଡ଼ିଶା): ଜିମ୍ବାୱେ ବିପକ୍ଷରେ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍ ଘୋଷିତ ହୋଇଛି । ଶିଖର ଧୱନଙ୍କୁ ଟିମ୍‌ର ଦାୟିତ୍ୱ ଦିଆଯାଇଛି । ୱେଷ୍ଟଇଣ୍ଡିଜ ଗସ୍ତରେ ଶିଖର ଧୱନ ଭଲ ନେତୃତ୍ୱ ନେଇଥିବାରୁ ଟିମ୍ ଇଣ୍ଡିଆ ପୁଣି ଥରେ ତାଙ୍କ ଉପରେ ଭରସା କରି ଅଧିନାୟକ ଦାୟିତ୍ୱ ଦେଇଛି । ଟିମ୍‌ରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ସାମିଲ କରାଯାଇ ନାହିଁ । ତାଙ୍କୁ ବିଶ୍ରାମ ଦିଆଯାଇଛି । ସବୁଠାରୁ ବଡ଼ କଥା ହେଲା ଯେ, ଯୁବ କ୍ରିକେଟର ଦୀପକ ଚାହର ଟିମକୁ ଫେରିଛନ୍ତି । 

ଶିଖର ଧୱନ ନିକଟରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୩-୦ରେ ଭାରତକୁ ଜିତାଇପାରିଛନ୍ତି । ଏହି ଶୃଙ୍ଖଳାରେ ରୋହିତ, କୋହଲି ଓ ଜସପ୍ରୀତ ବୁମାର ଖେଳି ନଥିଲେ । ତେଣୁ ଚୟନକାରୀ ଧୱନଙ୍କ ଉପରେ ବିଶ୍ୱାସ ରଖିଛନ୍ତି । 

ଭାରତୀୟ ଟିମ୍‌: ଶିଖର ଧୱନ (ଅଧିନାୟକ) ଋତୁରାଜ ଗାଏକ୍ୱାଡ, ଶୁଭମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଈଶାନ କିଶନ (ୱିକେଟକିପର), ସଂଜୁ ସାମସନ (ୱିକେଟକିପର), ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆଭେସ ଖାନ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ ଓ ଦୀପକ ଚାହର 

 

  • Tags:

Subscribe

National International State Sports Entertainment