କୋହଲିଙ୍କ ପସନ୍ଦ ରବି ଶାସ୍ତ୍ରୀ ହେଲେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍
Khabar Odisha:Sports-cricket-odisha-ravi-shastri-re-appointed-as-team-india-s-head-coach
ମୁମ୍ବାଇ,ଅଗଷ୍ଟ୧୬(ଖବର ଓଡ଼ିଶା):

ବିଶ୍ଵକପ୍-୨୦୧୯ର ସେମି ଫାଇନାଲରେ ଭାରତୀୟ ଦଳର ଅପ୍ରତ୍ୟାଶିତ ପରାଜୟ ପରେ ଲାଗୁଥିଲା ଯେ ରବି ଶାସ୍ତ୍ରୀଙ୍କୁ ପୁନର୍ବାର କୋଚ୍ ଭାବେ ଚୟନ କରିବା ମୁସ୍କିଲ, ମାତ୍ର ଲମ୍ବା କଳ୍ପନା ଜଳ୍ପନା ପରେ ପୁଣି ଥରେ ରବି ଶାସ୍ତ୍ରୀଙ୍କୁ ଭାରତୀୟ କ୍ରିକେଟ୍ ଦଳର ମଖ୍ୟ କୋଚ୍ ରୂପେ ନିଯୁକ୍ତ କରାଯାଇଛି। ଶୁକ୍ରବାର ଭାରତର ପ୍ରଥମ ବିଶ୍ଵକପ୍ ବିଜେତା ଦଳର ଅଧିନାୟକ କପିଲ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ ପରାମର୍ଶଦାତା କମିଟି ଶାସ୍ତ୍ରୀଙ୍କ ଉପରେ ମୋହର ମାରିଛନ୍ତି।  ଏହା ସହିତ ୫୭ ବର୍ଷୀୟ ରବି ଶାସ୍ତ୍ରୀ ପୁଣି ଥରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ପଦ ପାଇଛନ୍ତି। ମୁମ୍ବାଇରେ କ୍ରିକେଟ୍ ପରାମର୍ଶଦାତା କମିଟି ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଶାସ୍ତ୍ରୀ ୨୦୨୧ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରହିବେ। 

ଶାସ୍ତ୍ରୀଙ୍କ ଭାରତୀୟ କ୍ରିକେଟ୍ ଦଳ ସହିତ ଏହା ଚତୁର୍ଥ କାର୍ୟ୍ୟତକାଳ ହେବ। ସେ ୨୦୦୭ ବାଂଲାଦେଶ ଗସ୍ତରେ କିଛି ସମୟ ପାଇଁ ଦଳର କୋଚ୍ ରହିଥିଲେ। ଏହା ପରେ ୨୦୧୪ ରୁ ୨୦୧୬ ପର୍ଯ୍ୟନ୍ତ ଦଳର ନିର୍ଦ୍ଦେଶକ ଓ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ମୁଖ୍ୟ କୋଚ୍ ରହିଥିଲେ। ୫୭ ବର୍ଷୀୟ ଶାସ୍ତ୍ରୀ ଭାରତ ପକ୍ଷରୁ ୮୦ ଟେଷ୍ଟ ଓ ୧୫୦ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। 

ଭାରତୀୟ ଦଳର ମୁଖ୍ୟ କୋଚ୍ ପାଇଁ ୬ ଜଣଙ୍କ ନାମ ସର୍ଟଲିଷ୍ଟ କରାଯାଇଥିଲା। ଏଥିରେ ବର୍ତ୍ତମାନର କୋଚ୍ ରବି ଶାସ୍ତ୍ରୀ ସାମିଲ ଥିଲେ। ଶାସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ଦୁଇ ଭାରତୀୟ ପୂର୍ବତନ କ୍ରିକେଟର ଲାଲଚନ୍ଦ ରାଜପୁତ ଓ ରୋବିନ ସିଂହ ସାମିଲ ଥିଲେ। ଏହି ୬ ଲୋକଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଟମ୍ ମୁଡି ଏବଂ ଦ୍ଵିତୀୟରେ ନ୍ୟୁଜିଲାଣ୍ଡର ମାଇକ ହେସନ ମଧ୍ୟ ରହିଥିଲେ।  ଶେଷରେ କପିଲ ଦେବଙ୍କ ନେତୃତ୍ଵାଧୀନ କମିଟିର ପ୍ରଥମ ପସନ୍ଦ ରବି ଶାସ୍ତ୍ରୀ ହୋଇଥିଲେ। ଏହି ସମୟରେ ଅଶୁଂମାନ ଗାଏକଓ୍ଵାଡ ଓ ଶାନ୍ତା ରଙ୍ଗାସ୍ଵାମୀ ମଧ୍ୟ ସାମିଲ। 

ସାମ୍ବାଦିକ ସମ୍ମିଳନୀରେ କପିଲ ଦେବ କହିଛନ୍ତି ଯେ, ତୃତୀୟ ନମ୍ବରରେ ଅଷ୍ଟ୍ରେଲିଆର ଟମ୍ ମୁଡି ଏବଂ ଦ୍ଵିତୀୟରେ ନ୍ୟୁଜିଲାଣ୍ଡର ମାଇକ ହେସନ ରହିଛନ୍ତି।  ତିନି ସଦସ୍ୟ କପିଲ, ଶାନ୍ତା ରଙ୍ଗାସ୍ଵାମୀ ଓ ଅଂଶୁମାନ ଗାଏକଓ୍ଵାଡ ସମସ୍ତଙ୍କୁ ଅଲଗା ଅଲଗା ପଏଣ୍ଟ ଦେଇଥିଲେ।

କେତେ ଦିନ ପର୍ଯ୍ୟନ୍ତ ରହିବେ କୋଚ୍ ?

କପିଲ ଦେବ କହିଛନ୍ତି ଯେ, ଶାସ୍ତ୍ରୀ କେତେ ଦିନ କୋଚ୍ ରହିବେ ଏବଂ କଣ ସର୍ତ୍ତ ରହିବ ଏହାର ସୂଚନା ବୋର୍ଡ ଦେବ। ଆମେ କେବଳ ମାପଦଣ୍ଡ ହିସାବରେ ମାର୍କ ଦେଇଛୁ ଏବଂ ବାକି କଥା ବିସିସିଆଇ ସ୍ଥିର କରିବ। ଖବର ମୁତବାକ ବିସିସିଆଇ ଶାସ୍ତ୍ରୀଙ୍କୁ ୨୦୨୧ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରୂପେ ନିଯୁକ୍ତ କରିଛି।

ଅଂଶୁମାନ ଗାଏକଓ୍ଵାଡ କହିଛନ୍ତି ଯେ, ଶାସ୍ତ୍ରୀ ପ୍ରଥମରୁ ହିଁ ଭାରତୀୟ ଦଳ ସହିତ ରହିଛନ୍ତି। ସେ ଦଳକୁ ବେଶ୍ ଭଲ ଭାବେ ଜାଣିଛନ୍ତି ଏବଂ ଦଳକୁ ନେଇ ତାଙ୍କର ଯୋଜନା ଥିଲା। ଶାସ୍ତ୍ରୀ ଖେଳାଳି ଓ ସିଷ୍ଟମକୁ ଜାଣିଛନ୍ତି। ଯାହା ଦଳ ପାଇଁ ଏବଂ ଖେଳାଳିଙ୍କ ପାଇଁ ଲାଭଦାୟକ ରହିବ। 

ଅଧିନାୟକଙ୍କ ରାୟ ନିଆଯାଇ ନାହିଁ

କପିଲ ଦେବ କହିଛନ୍ତି ଯେ, ରବି ଶାସ୍ତ୍ରୀଙ୍କୁ କୋଚ୍ ଭାବେ ଚୟନ କରିବା ପୂର୍ବରୁ ଅଧିନାୟକଙ୍କ ରାୟ ନିଆଯାଇନଥିଲା। ସେ କହିଛନ୍ତି ଯେ ଯଦି ଅଧିନାୟକଙ୍କ ରାୟ ନିଆଯାଇଥାନ୍ତା ତେବେ ପୂରା ଟିମର ରାୟ ନିଆଯାଇଥାନ୍ତା। ମାତ୍ର ଅଧିନାୟକ ବିରାଟ କୋହଲି ଖୋଲାଖୋଲି ଶାସ୍ତ୍ରୀଙ୍କୁ ପୁନର୍ବାର କୋଚ୍ କରାଗଲେ ସେ ବ୍ୟକ୍ତିଗତ ବହୁତ ଖୁସି ହେବେ ବୋଲି କହିଥିଲେ। 

ଶାସ୍ତ୍ରୀଙ୍କ ରେକର୍ଡ

୨୦୧୭ ଜୁଲାଇରୁ ଭାରତ ରବି ଶାସ୍ତ୍ରୀଙ୍କ କୋଚିଂରେ ୨୧ଟି ଟେଷ୍ଟରୁ ୧୩ଟିରେ ବିଜୟୀ ହୋଇଛି। ତାଙ୍କର ବିଜୟ ହାର ୫୨.୩୮ ରହିଛି। ଅନ୍ୟ ପଟେ ଟି-୨୦ରେ ଦଳର ବିଜୟ ହାର ୬୯.୪୪ ପ୍ରତିଶତ ରହିଛି। ଏହି ସମୟରେ ଭାରତ ୩୬ଟି ଟି-୨୦ ଅନ୍ତରାଷ୍ଟ୍ରୀୟରୁ ୨୫ଟିରେ ବିଜୟୀ ହୋଇଛି। ଦିନିକିଆ ଉପରେ ନଜର ପକାଇଲେ ଭାରତ ୬୦ଟିରୁ ୪୩ଟି ମ୍ୟାଚରେ ବିଜୟୀ ହୋଇଛି। ଶାସ୍ତ୍ରୀଙ୍କ କୋଚିଂ ସମୟରେ ଦିନିକିଆରେ ଦଳର ବିଜୟହାର ୭୧.୬୭ ପ୍ରତିଶତ ରହିଛି। 

Subscribe

National International State Sports Entertainment