ବିଶ୍ୱକପ୍‌ ୨୦୧୯ : ଆର୍ଚରଙ୍କ ଟାର୍ଗେଟ୍‌ରେ ବିରାଟ
Khabar Odisha:Sports-cricket-odisha-jofra-archer-sets-sights-on-virat-kohli-after-sealing-england-world-cup-spot
ଇଂଲଣ୍ଡ, ମେ ୨୩(ଖବର ଓଡିଶା) :

ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି କ୍ରିକେଟ ବିଶ୍ୱକପ । ଇଂଲଣ୍ଡ ଓ ୱେଲ୍ସରେ ହେବାକୁ ଥିବା ବେଳେ ଆୟୋଜକ ଇଂଲଣ୍ଡକୁ ବିଶ୍ୱକପର ବଡ ଦାବିଦାର ମାନାଯାଉଛି । ଇଂଲଣ୍ଡ ଦଳରେ ଅଭିଜ୍ଞ ବୋଲରଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ଦ୍ରୁତ ବୋଲର ଜୋଫ୍ରା ଆର୍ଚର ମଙ୍ଗଳବାର ଦିନ କହିଛନ୍ତି, କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ଅଧିନାୟକ ରନ ମେସିନ ବିରାଟ କୋହଲିଙ୍କ ୱିକେଟ ହାସଲ କରିବା ମୋର ଲକ୍ଷ୍ୟ । 

ୱେଷ୍ଟଇଣ୍ଡିଜରେ ଜନ୍ମଗ୍ରହଣ କରିଥିବା ୨୪ ବର୍ଷୀୟ ଆର୍ଚରଙ୍କୁ ଦ୍ରୁତ ବୋଲର ଡେଭିଡ୍ ୱେଲିଙ୍କ ସ୍ଥାନରେ ଇଂଲଣ୍ଡର ୧୫ ଜଣିଆ ବିଶ୍ୱକପ ଦଳରେ ସ୍ଥାନ ପାଇଛନ୍ତି । ସେ କିଛି ସପ୍ତାହ ପୂର୍ବରୁ ଇଂଲଣ୍ଡ ପାଇଁ ପଦାର୍ପଣ କରିଥିଲେ । ଆର୍ଚର ବର୍ତ୍ତମାନ ସୁଦ୍ଧା ମାତ୍ର ତିନୋଟି ଏକଦିବସୀୟ ମ୍ୟାଚ ଖେଳିଥିବା ବେଳେ ଗୋଟିଏ ମାତ୍ର ଟି-୨୦ ଖେଳିଛନ୍ତି । 

ଆର୍ଚର କହିଛନ୍ତି ଯେ, ଇଂଲଣ୍ଡର ଅନ୍ୟ ବୋଲରଙ୍କ ଅପେକ୍ଷା ମୋତେ ଅଧିକ ଫାଇଦା ମିଳିବ କାରଣ ମୁଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ବିଶ୍ୱର ସର୍ବାଶ୍ରେଷ୍ଠ ବ୍ୟାଟ୍ସମ୍ୟାନମାନଙ୍କୁ ସାମ୍ନା କରିଛି । ଏହା ସହିତ ସେ କହିଥିଲେ ଯେ, ମୁଁ ବିରାଟଙ୍କୁ ଆଉଟ୍ କରିବାକୁ ଚାହିଁବି । କାରଣ ଆଇପିଏଲ୍‌ରେ ମୁଁ ତାଙ୍କ ୱିକେଟ୍ ନେଇ ପାରିନଥିଲି । ମୋତେ ଲାଗୁଛି ଯେ ଅଧିକ ମ୍ୟାଚରେ ଲେଗ ସ୍ପିନରମାନେ ବିରାଟଙ୍କ ୱିକେଟ୍ ନେଇଥିଲେ । ମୁଁ ଏବି ଡିଭିଲିୟର୍ସଙ୍କ ବିପକ୍ଷରେ ମଧ୍ୟ ବୋଲିଂ କରିବାକୁ ଚାହିଁବି, କିନ୍ତୁ ସେ ଏବେ ଦକ୍ଷିଣ ଆଫ୍ରିକା ପାଇଁ ଖେଳୁ ନାହାନ୍ତି । ଏହା ସହିତ ୟୁନିଭର୍ସ ବସ୍ କ୍ରିସ ଗେଲଙ୍କ ୱିକେଟ ମଧ୍ୟ ନେବାକୁ ଚାହାନ୍ତି ବୋଲି କହିଥିଲେ ଆର୍ଚର । 

Subscribe

National International State Sports Entertainment