ମହିଳା କ୍ରିକେଟ: ସମସ୍ତଙ୍କୁ ଚକିତ କଲା ଶିଖା ପାଣ୍ଡେଙ୍କର ‘ବଲ୍‌ ଅଫ୍‌ ଦ ସେଞ୍ଚୁରୀ’, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତ ପରାସ୍ତ
Khabar Odisha:Sports-cricket-Women-team-t20-match-Shikha-Pandy-ball-of-the-century-wicket

ନୂଆଦିଲ୍ଲୀ, ଅକ୍ଟୋବର ୧୦ (ଖବର ଓଡ଼ିଶା): ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା ଟିମର ପରାଜୟ ହୋଇଛି। ଶନିବାର ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଭାରତୀୟ ମହିଳା ଟିମ ପ୍ରଶଂସନୀୟ ବୋଲିଂ କରିବା ପରେ ବି ଅଷ୍ଟ୍ରେଲିଆ ଶେଷ ଓଭରରେ ମ୍ୟାଚ ଜିତିଛି। କଙ୍ଗାରୁ ଟିମ ଏହି ମୁକାବିଲାକୁ ୪ ୱିକେଟରେ ବିଜୟୀ ହୋଇଛି। 

ମ୍ୟାଚ ଯଦିଓ ଭାରତ ହାରିଯାଇଛି, କିନ୍ତୁ ଭାରତୀୟ ଦ୍ରୁତ ବୋଲର ଶିଖା ପାଣ୍ଡେଙ୍କ ଗୋଟିଏ ବଲ ଚର୍ଚ୍ଚାକୁ ଆସୁଛି। ଏଲିନା ହିଲୀଙ୍କୁ ଶିଖା କ୍ଲନ ବୋଲ୍ଡ କରିଛନ୍ତି। ତାଙ୍କର ବଲ ଅଫ ସାଇଡରୁ ସିଧା ସଳଖ ଷ୍ଟମ୍ପକୁ ଯାଇ ପହଂଚିଥିଲା। ହିଲୀ ନିଜର ଷ୍ଟମ୍ପକୁ ବଂଚାଇ ପାରି ନଥିଲେ। ଏହି ବଲକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ୱାସିମ ଜାଫର ଏହି ବଲକୁ ମହିଳା କ୍ରିକେଟର ‘ବଲ ଅଫ ଦ ସେଞ୍ଚୁରୀ’ ଆଖ୍ୟା ଦେଇଛନ୍ତି। ଆଇସିସି ମଧ୍ୟ ଟୁଇଟ କରି ଶିଖା ପାଣ୍ଡେଙ୍କ ଏହି ବଲକୁ ପ୍ରଶଂସା କରିଛି ଏବଂ ଏଲିନା ହିଲୀଙ୍କ ୱିକେଟର ଫଟୋ ସେୟାର କରିଛି। 

ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୧୧୮ ରନ୍‌ କରିବା ପରେ ଅଷ୍ଟ୍ରେଲିଆକୁ ୧୧୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଟିମ ଇଣ୍ଡିଆର ବ୍ୟାଟ୍ସଓମ୍ୟାନ ସଂପୂର୍ଣ୍ଣ ବିଫଳ ହୋଇଥିଲେ। କେବଳ ପୂଜା, ଅଧିନାୟିକା ହରମନପ୍ରୀତ କୌର ଓ ଦୀପ୍ତି ଶର୍ମା ୨ ଅଙ୍କ ବିଶିଷ୍ଟ ସ୍କୋର କରିଥିଲେ। ଟିମ ଇଣ୍ଡିଆର ଆଗଧାଡ଼ିର ବ୍ୟାଟ୍ସଓମେନ କେବଳ ଯଥାକ୍ରମେ ୧, ୩ ଓ ୭ ରନ୍‌ କରିଥିଲେ। ଫଳରେ ଦଳ ଭଲ ସ୍କୋର କରିପାରି ନଥିଲା। 

 

  • Tags:

Subscribe

National International State Sports Entertainment