ଆଇପିଏଲ-୨୦୨୦: କେ ଏଲ ରାହୁଲଙ୍କୁ ୨ ଥର ଜୀବନଦାନ ଦେଇ ମ୍ୟାଚ ହରାଇଲେ କୋହଲି
Khabar Odisha:Sports-cricket-Virat-Kohli-had-very-poor-day-on-field-he-dropped-two-catches-of-KL-Rahul-which-cost-the-match

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୫ (ଖବର ଓଡ଼ିଶା): ରୋୟାଲ ଚ୍ୟାଲେଞ୍ଜର୍ସର ଅଧିନାୟକ ବିରାଟ କୋହଲିଙ୍କ ଲାଗି ଗୁରୁବାର ଦିନ ପଡ଼ିଆ ନୈରାଶ୍ୟଜନକ ରହିଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ କିଙ୍ଗସ୍ ଇଲେଭେନ ପଂଜାବ ବିରୋଧରେ ଟସ ବ୍ୟତୀତ ଆଉ ଅନ୍ୟ ଜିନିଷ ନିଜ ସପକ୍ଷରେ ଯାଇ ନାହିଁ । ବିରାଟଙ୍କ ଆଶା ଥିଲା ଯେ, ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)-୨୦୨୦ର ୬ଷ୍ଠ ମ୍ୟାଚରେ ତାଙ୍କ ଟିମ ଯେକୌଣସି ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହେବ । ଏହି ଲକ୍ଷ୍ୟ ନେଇ କୋହଲି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । 

ମ୍ୟାଚର ପ୍ରଥମ ୧୬ ଓଭର ପର୍ଯ୍ୟନ୍ତ ଖେଳ ସମାନ ସ୍ତରରେ ଗତି କରିଥିଲା । କିଙ୍ଗସ ଇଲେଭେନ ପଂଜାବର ସ୍କୋର ୩ ୱିକେଟରେ ୧୩୨ ଥିଲା । ଏହା ପରେ ବିରାଟ କୋହଲି ଖରାପ ଫିଲ୍ଡିଙ୍ଗ କାରଣରୁ ପଂଜାବ ଟିମକୁ ଲାଭ ହେଲା । ଆରସିବିର ବୋଲର କେଏଲ ରାହୁଲଙ୍କୁ ତାଙ୍କର ଶତକ ହାସଲ କରିବା ପୂର୍ବରୁ ୨ ଥର ଆଉଟ କରିବାକୁ ସୁଯୋଗ ପାଇଥିଲେ । ଉଭୟ ୨ଟି ସୁଯୋଗ ବିରୋଟ କୋହଲିଙ୍କ ହାତରୁ କ୍ୟାଚ ଖସିଥିଲା । ରାହୁଲ ୮୩ ରନରେ ବ୍ୟାଟିଂ କରୁଥିବା ବେଳେ ପ୍ରଥମ ଜୀବନଦାନ ପାଇଥିଲେ । ସେହିଭଳି ୮୯ ରନରେ ପୁଣି ଥରେ ଜୀବନଦାନ ପାଇଥିଲେ । ସେ ୨ୟ ଥର ଜୀବନଦାନ ପାଇବା ପରେ ପୁଣି ୪୩ ରନ କରିଥିଲେ । ଫଳରେ ପଂଜାବ ଟିମ ଶେଷ ୪ ଓଭରରୁ ୭୧ ରନ ସଂଗ୍ରହ ସହ ୨୦୬ ରନରେ ପହଂଚିଥିଲା । 

ଦ୍ୱିତୀୟ ଇନିଂସରେ ୨୦୭ ରନ ବିଜୟ ଲକ୍ଷ୍ୟ ନେଇ ବିରାଟ କୋହଲିଙ୍କ ଟିମ ୧୭ ଓଭରରରେ ସମସ୍ତ ୱିକେଟ ହରାଇ ୧୦୯ ରନ ସଂଗ୍ରହ କରିଥିଲା । ଏଥିରେ ୱାସିଂଟନ ସୁନ୍ଦର ସର୍ବାଧିକ ୩୦ ରନ, ଏବି ଡିଭିଲିୟର୍ସ ୨୮ ରନ ଓ ଆରୋନ ଫିଞ୍ଚ ୨୦ ରନ ସଂଗ୍ରହ କରିଥିଲେ । ଅଧିନାୟକ କୋହଲିଙ୍କ ବ୍ୟାଟରୁ ମାତ୍ର ୧ ରନ ମିଳିଥିଲା । 

 

  • Tags:

Subscribe

National International State Sports Entertainment