ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବ ଟିମ୍ ଇଣ୍ଡିଆ, ଯିବେନି ବିରାଟ କୋହଲି-ରୋହିତ ଶର୍ମା
Khabar Odisha:Sports-cricket-Team-India-to-play-limited-over-series-in-Sri-Lanka-in-July

କୋଲକାତା, ମେ ୧୦ (ଖବର ଓଡ଼ିଶା): ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରବିବାର କହିଛନ୍ତି ଯେ, ଭାରତୀୟ କ୍ରିକେଟ ଟିମ ନିଜର ଶୀର୍ଷ ସ୍ତରରେ ଖେଳାଳିଙ୍କ ଅନୁପସ୍ଥିତିରେ ଆଗାମୀ ଜୁଲାଇରେ ସୀମତି ଓଭର କ୍ରିକେଟ ଶୃଙ୍ଖଳା ପାଇଁ ଶ୍ରୀଲଙ୍କା ଗସ୍ତ କରିବ । 

ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ରୋହିତ ଶର୍ମା ଭଳି ବରିଷ୍ଠ ଖେଳାଳି ଏହି ଗସ୍ତରେ ସାମିଲ ହେବେ ନାହିଁ । କାରଣ ସେହି ସମୟରେ ଏହି ୨ ଖେଳାଳି ଇଂଲଣ୍ଡ ବିପକ୍ଷ ୫ ମ୍ୟାଚର ଟେଷ୍ଟ ଶୃଙ୍ଖଳା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ରହିବେ । ସୌରଭ ଗାଙ୍ଗୁଲି କହିଛନ୍ତି, ଆମେ ଆସନ୍ତା ଜୁଲାଇରେ ବରିଷ୍ଠ ପୁରୁଷ ଯିମ ଲାଗି ସୀମିତ ଓଭର ଶୃଙ୍ଖଳାର ଯୋଜନା କରିଛୁ । ଶ୍ରୀଲଙ୍କାରେ ଟି-୨୦ ଅନ୍ତର୍ଜାତୀୟ ଏବଂ ଦିନିକିଆ ମ୍ୟାଚ ଖେଳାଯିବ । 

ବିସିସିଆଇ ସଭାପତି ଗାଙ୍ଗୁଲି କହିଛନ୍ତି ଯେ, କ୍ରିକେଟ ବୋର୍ଡ ସୀମିତ ଓଭରର ନିୟମିତ ଖେଳାଳିଙ୍କୁ ଧ୍ୟାନରେ ରଖିଛି । ଶ୍ରୀଲଙ୍କା ଗସ୍ତରେ ଅତିକମରେ ୫ଟି ଟି-୨୦ ଅନ୍ତର୍ଜାତୀୟ ଏବଂ ୩ଟି ଦିନିକିଆ ମ୍ୟାଚ ଖେଳାଯାଇପାରେ । ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ ସେପ୍ଟେମ୍ବର ୧୪ରେ ଶେଷ ହେବ ଏବଂ ଆଇପିଏଲ-୨୦୨୧ର ଅବିଶଷ୍ଠାଂଶ ମ୍ୟାଚ ପାଇଁ ଯୋଜନା ପ୍ରସ୍ତୁତ ହେବ । ବିସିସିଆଇ ଚାହୁଁଛି ଯେ, ଶିଖର ଧୱନ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ ଭଳି ଖେଳାଳି ନିଜକୁ ପ୍ରସ୍ତୁତ କରନ୍ତୁ । 

 

  • Tags:

Subscribe

National International State Sports Entertainment