ଆଜିଠୁ ଟି-୨୦ ବିଶ୍ବକପ: ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ ମୁକାବିଲା
Khabar Odisha:Sports-cricket-T-20-world-cup-from-today-India-Vs-Pakistan-match-on-October-24

ନୂଆଦିଲ୍ଲୀ, ଅକ୍ଟୋବର ୧୭ (ଖବର ଓଡ଼ିଶା): ବହୁ ପ୍ରତିକ୍ଷିତ ଟି-୨୦ ପୁରୁଷ ବିଶ୍ବକପ ଆଜିଠାରୁ ଆରମ୍ଭ ହେଉଛି। ୟୁଏଇ ଓ ଓମାନ ମାଟିରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏହି ମ୍ୟାଚ ପାଇଁ ସମଗ୍ର ବିଶ୍ବର କ୍ରିକେଟ ପ୍ରେମୀ ନଜର ରଖିଛନ୍ତି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଭାରତୀୟ ସମୟ ଅପରାହ୍ନ ସାଢ଼େ ୩ଟାରେ ଓମାନ ଓ ପପୁଆ ନ୍ୟୁ ଗୁଏନା ମଧ୍ୟରେ ଖେଳାଯିବ। ସେହିପରି ସନ୍ଧ୍ୟା ୭ଟା ୩୦ରୁ ୨ୟ ମ୍ୟାଚ ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ମୁକାବିଲା ହେବ। ତେବେ ଟି-୨୦ ବିଶ୍ବକପରେ ଭାରତ ଓ ପାକିସ୍ତାନ ଅକ୍ଟୋବର ୨୪ରେ ମୁହାଁମୁହିଁ ହେବେ। 

ଟି-୨୦ ବିଶ୍ବକପରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବା ପୂର୍ବରୁ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ତାଙ୍କର ପାକିସ୍ତାନ ସମକକ୍ଷ ବାବର ଆଜମ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବିରାଟ କୋହଲି କହିଛନ୍ତି, ଏହା ଏକ ସାଧାରଣ ମ୍ୟାଚ ଭଳି ରହିବ। ବିଶ୍ବକପରେ ଭାରତ କେବେବି ପାକିସ୍ତାନରୁ ହାରି ନାହିଁ। ଅପରପକ୍ଷେ ବାବର ଆଜମ କହିଛନ୍ତି ଯେ, ତାଙ୍କର ଟିମ ଅକ୍ଟୋବର ୨୪ରେ ଜିତିବ। 

      

 

  • Tags:

Subscribe

National International State Sports Entertainment