ରୋହିତ ଶର୍ମା କ୍ରମାଗତ ୩ ଥର ଜିତିଲେ ଟସ୍‌, ବିରାଟ କୋହଲିଙ୍କୁ ମନେ ପକାଇଲେ ପ୍ରଶଂସକ
Khabar Odisha:Sports-cricket-Rohit-Sharma-toss-win-trolling-memes-Virat-Kohli-India-Vs-New-Zealand

ନୂଆଦିଲ୍ଲୀ, ନଭେମ୍ବର ୨୨ (ଖବର ଓଡ଼ିଶା): ଟି-୨୦ ଫର୍ମାଟରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ହୋଇଥିବା ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ଜିତିଛି। ରବିବାର କୋଲକାତାରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳାର ଅନ୍ତିମ ତଥା ୩ୟ ମ୍ୟାଚରେ ରୋହିତ ଶର୍ମା ଟସ୍‌ ଜିତିଥିଲେ। ଏହି ଶୃଙ୍ଖଳାରେ ରୋହିତ ଲଗାତାର ୩ ଥର ଟସ୍‌ ଜିତିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି। 

ରୋହିତ ଶର୍ମା ଫୁଲ ଟାଇମ୍‌ କ୍ୟାପଟେନ୍‌ ହେବା ପରେ ନ୍ୟୁଜିଲାଣ୍ଡ ସହିତ ପ୍ରଥମ ଶୃଙ୍ଖଳା ଖେଳିଛି ଭାରତ। ନ୍ୟୁଜିଲାଣ୍ଡ ବିରୋଧରେ ଜୟପୁର, ରାଞ୍ଚି ଓ କୋଲକାତାରେ ରୋହିତ ଟସ୍‌ ଜିତିଥିଲେ। ଆରମ୍ଭରୁ ୨ଟି ମ୍ୟାଚରେ ଟସ୍‌ ଜିଣି ରୋହିତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରେ କୋଲକାତାରେ ବ୍ୟାଟିଂ କରିଥିଲେ। 

କିନ୍ତୁ ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ବକପ୍‌ରେ ଅଧିନାୟକ ଥିବା ବିରାଟ କୋହଲିଙ୍କ ପାଇଁ ପରିସ୍ଥିତି ଭିନ୍ନ ଥିଲା। କୋହଲି ପ୍ରଥମ ୩ଟି ମ୍ୟାଚରେ ଟସ ଜିତି ପାରି ନ ଥିଲେ। କେବଳ ଶେଷ ୨ଟି ମ୍ୟାଚରେ ସେ ଟସ୍‌ ଜିତିଥିଲେ। 

ବିଶ୍ବକପରେ ଟସ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲା। ଭାରତୀୟ ଟିମ୍‌ ସେମିଫାଇନାଲରେ ପହଞ୍ଚି ପାରି ନଥିଲା। ରୋହିତ ଶର୍ମା ରବିବାର ଯେତେବେଳେ ପୁଣି ଥରେ ଟସ୍‌ ଜତିଲେ ସୋସିଆଲ ମିଡିଆରେ ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ଦେବାରେ ଲାଗିଲେ। ପ୍ରଶଂସକ ଭିନ୍ନ ଭିନ୍ନ ଭାବରେ ନିଜର ପ୍ରତିକ୍ରିୟା ଦେଇଥିଲେ। ଜଣେ ପ୍ରଶଂସକ ଲେଖିଛନ୍ତି ଯେ, ରୋହିତ ଶର୍ମା ଅଧିନାୟକ ହେବା ପରେ ଟିମ ଇଣ୍ଡିଆର ଭାଗ୍ୟ ବଦଳି ଯାଇଛି। ଅନ୍ୟ ଜଣେ ପ୍ରଶଂସକଙ୍କ କହିବା ଅନୁସାରେ ଟିମ ଇଣ୍ଡିଆର ଭାଗ୍ୟ ଆସନ୍ତା ବିଶ୍ବକପରେ ମଧ୍ୟ ଏମିତି ହେଉ।

 

 

  • Tags:

Subscribe

National International State Sports Entertainment