ଆଇପିଏଲ୍‌: ସମ୍ମୁଖୀନ ହୋଇପାରିଲେନି ଅମିତ ମିଶ୍ରାଙ୍କ ବଲ୍‌, ୭ମ ଥର ଆଉଟ ହେଲେ ରୋହିତ ଶର୍ମା
Khabar Odisha:Sports-cricket-Mumbai-Indians-beat-by-Delhi-Capital-by-six-wicket-in-Chennai

ନୂଆଦିଲ୍ଲୀ, ଏପ୍ରିଲ ୨୧ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ୨୦୨୧ର ୧୩ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ୫ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍‌ସକୁ ମଙ୍ଗଳବାର ୬ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ଦିଲ୍ଲୀ ପାଇଁ ବରିଷ୍ଠ ବୋଲର ଅମିତ ମିଶ୍ରା ନାୟକ ସାଜିଛନ୍ତି । ଅମିତ ମିଶ୍ରାଙ୍କୁ ୪ଟି ୱିକେଟ ମିଳିଥିଲା । ଅନ୍ୟ ଥର ଭଳି ଏଥର ମଧ୍ୟ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଅମିତ ମିଶ୍ରାଙ୍କୁ ସମ୍ମୁଖୀନ ହୋଇପାରି ନଥିଲେ । 

ଅମିତ ମିଶ୍ରାଙ୍କୁ ରୋହିତ ଶର୍ମା ସମ୍ମୁଖୀନ ହୋଇପାରି ନଥିଲେ । ଆଇପିଏଲ ଇତିହାସରେ ଏହା ପ୍ରଥମ ଘଟଣା ଥିଲା । ରୋହିତ ଶର୍ମାଙ୍କୁ ଅମିତ ମିଶ୍ରା ସର୍ବାଧିକ ୭ ଥର ଆଉଟ କରି ଏକ ବିରଳ ରେକର୍ଡ କରିଥିଲେ । 

ଅମିତ ମିଶ୍ରା ୪ ଓଭର ବୋଲିଂ କରି ୨୪ ରନ ଦେଇଥିଲେ । ସେ ରୋହିତ ଶର୍ମା, ଈଷନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା ଓ କିରନ ପୋଲାର୍ଡଙ୍କୁ ଆଉଟ କରିଥିଲେ । ବରିଷ୍ଠ ଖେଳାଳି ଶ୍ରୀ ମିଶ୍ରାଙ୍କର ଏହା ଥିଲା ଚଳିତ ଆଇପିଏଲ ସଂସ୍କରଣର ପ୍ରଥମ ମ୍ୟାଚ । ଅମିତ ମିଶ୍ରା ଆଇପିଏଲ ଇତିହାସରେ ସର୍ବାଧିକ ୱିକେଟ ନେଇଥିବା ତାଲିକାର ୨ୟ ସ୍ଥାନରେ ରହିଛନ୍ତି । ସେ ଏପର୍ଯ୍ୟନ୍ତ ମୋଟ ୧୬୪ଟି ୱିକେଟ ନେଇଛନ୍ତି । ସର୍ବାଧିକ ୱିକେଟ ନେଇଛନ୍ତି ଲାସିଥ ମାଲିଙ୍ଗା । 

ସୂଚନାଯୋଗ୍ୟ, ଚେନ୍ନାଇର ଚେପକ ଷ୍ଟାଡିୟମରେ ମଙ୍ଗଳବାର ମୁମ୍ବାଇ ରୋହିତ ଶର୍ମାଙ୍କ ୪୪ ରନ ବଳରେ ୯ଟି ୱିକେଟ ହରାଇ ୧୩୭ ରନ କରିଥିଲା । ଜବାବରେ ଦିଲ୍ଲୀ ୧୯.୧ ଓଭରରେ ୪ଟି ୱିକେଟ ହରାଇ ଏହି ମ୍ୟାଚ ଜିତିଥିଲା । 

 

  • Tags:

Subscribe

National International State Sports Entertainment