ଆଇପିଏଲ: ରାଜସ୍ଥାନ ବିପକ୍ଷ ମ୍ୟାଚରେ କୋଲକାତା ୮୬ ରନ୍‌ରେ ବିଜୟୀ
Khabar Odisha:Sports-cricket-Kolkata-Knight-Riders-won-by-86-runs-against-Rajastan-Royals

ଶାରଜା, ଅକ୍ଟୋବର ୦୮ (ଖବର ଓଡ଼ିଶା): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ର ୫୪ତମ ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସ ଗୁରୁବାର ରାଜସ୍ଥାନ ରୟାଲ୍ସକୁ ୮୬ ରନରେ ପରାସ୍ତ କରିଛି। ଶାରଜାରେ ଖେଳାଯାଇଥିବା ଏହି ମ୍ୟାଚରେ ବିଜୟୀ ହେବା ପରେ କୋଲକାତା ପ୍ଲେଅପ ଖେଳିବାକୁ ଆଶା ରଖିଛି। କିନ୍ତୁ କୋଲକାତାର ଆଶା ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବଦ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଉପରେ ନିର୍ଭର କରୁଛି। 

କୋଲକାତା ଏବେ ପଏଣ୍ଟ ଟେବୁଲରେ ୪ର୍ଥ ସ୍ଥାନରେ ଅଛି। ପଂଜାବ ୫ମ ସ୍ଥାନରେ ରହିଥିବା ବେଳେ ମୁମ୍ବାଇ ୬ଷ୍ଠ ସ୍ଥାନରେ ଅଛି। ପଂଜାବ ଓ ମୁମ୍ବାଇ ଉଭୟ ଏଯାଏଁ ୧୨ ପଏଣ୍ଟ ଲେଖାଏଁ ପାଇଛନ୍ତି। ମୁମ୍ବାଇ ପାଖରେ ଗୋଟିଏ ମ୍ୟାଚ ଖେଳିବାର ଅଛି। ତେଣୁ ମୁମ୍ବାଇ ଯଦି ନିଜର ଶେଷ ଲିଗ ମ୍ୟାଚକୁ ବିଜୟ ହାସଲ କରେ, ତାର ପଏଣ୍ଟ ସଂଖ୍ୟା ୧୪ ହେବ। କିନ୍ତୁ କୋଲକାତାର ଯେହେତୁ ୧୪ ପଏଣ୍ଟ ରହିଛି, ତେଣୁ ମୁମ୍ବାଇକୁ ପ୍ଲେଅଫରେ ପହଂଚିବାକୁ ହେଲେ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାକୁ ପଡ଼ିବ। 

ଗୁରୁବାର ମ୍ୟାଚରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ଟି ୱିକେଟ ହରାଇ ୧୭୧ ରନ କରିଥିଲା। ଜବାବରେ ରାଜସ୍ଥାନକୁ ୧୬.୧ ଓଭରରେ ଅଲଆଉଟ କରିଥିଲା। ରାଜସ୍ଥାନର ରାହୁଲ ତିୱାତିଆ କେବଳ ବ୍ୟକ୍ତିଗତ ଭାବେ ୪୪ ରନ ଦଳ ପାଇଁ ଯୋଡ଼ିଥିଲେ। କିନ୍ତୁ ଅନ୍ୟ ଖେଳାଳିମାନେ କେହିବି ୨୦ ରନ ବ୍ୟକ୍ତିଗତ ଭାବେ ସ୍କୋର କରିପାରି ନଥିଲେ। ପୂରା ଟିମ ୮୫ ରନ୍‌ରେ ଆଉଟ ହୋଇଥିଲେ। 

 

  • Tags:

Subscribe

National International State Sports Entertainment