ମୁମ୍ବାଇ, ମେ ୧୫ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୬୧ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଦମଦାର ପ୍ରଦର୍ଶନ କରିଛି । ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚରେ କେକେଆର ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଛି । ଶ୍ରେୟସ ଆୟରଙ୍କ ନେତୃତ୍ୱରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୬ଟି ୱିକେଟ୍ ବିନିମୟରେ ୧୭୭ ରନ୍ କରିଥିଲା । ଫଳରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ୧୭୮ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା । କିନ୍ତୁ କେନ୍ ୱିଲିୟମସନ୍ଙ୍କ ହାଇଦ୍ରାବାଦ୍ ୮ୱିକେଟ୍ ହରାଇ ୧୨୩ ରନ୍ରେ ଅଟକି ଯାଇଥିଲା ।
କୋଲକାତା ବିଜୟରେ ହିରୋ ସାଜିଥିଲେ ବ୍ୟାଟର ଆନ୍ଦ୍ରେ ରସେଲ । ସେ ପ୍ରଥମେ ବ୍ୟାଟିଂ ପାଳିରେ ୨୮ଟି ବଲ୍ ଖେଳି ୩ଟି ଚୌକା ଓ ୪ଟି ଛକା ବଳରେ ୪୯ ରନ୍ କରିଥିଲେ । ରସେଲ ଅପରାଜିତ ରହି ହାଇଦ୍ରାବାଦ୍ର ସବୁ ବୋଲରଙ୍କୁ ହତାଶ କରିଦେଇଥିଲେ । ସେହିପରି ବୋଲିଂ ପାଳିରେ ରସେଲ ୪ଓଭରରେ ୩ଟି ୱିକେଟ ଦେଇଥିଲେ । ସେ ୨୨ ରନ୍ ଖର୍ଚ୍ଚ କରିଥିଲେ ।
ହାଇଦ୍ରାବାଦ୍ ପାଇଁ ଅଭିଷେକ ଶର୍ମା ସର୍ବାଧିକ ୪୩ ରନ୍ କରିଥିଲେ । ଆଇଡେନ ମାର୍କମ ୩୨ ରନ୍, ଶଶାଙ୍କ ସିଂହ ୧୧ ରନ୍ କରିଥିଲେ । ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା ।