ପର୍ଲ, ଜାନୁଆରୀ ୧୯ (ଖବର ଓଡ଼ିଶା): ଆଜିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେଉଛି। ଶୃଙ୍ଖଳାର ପ୍ରଥମ ମୁକାବିଲା ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨ଟାରେ ପର୍ଲସ୍ଥିତ ବୋଲାନ୍ଦ ପାର୍କରେ ହେବ। କେଏଲ୍ ରାହୁଲଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଏହି ଦିନିକିଆ ଶୃଙ୍ଖଳା ଖେଳିବ।
ଟେଷ୍ଟ୍ ଶୃଙ୍ଖଳାରେ ଭାରତୀୟ ଟିମ୍ ନୈରାଶ୍ୟଜନକ ଭାବେ ହାରିବା ପରେ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକଦିବସୀୟ ଲଢ଼େଇ ଲଢ଼ିବ। ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ତିନିଟି ମ୍ୟାଚ ବିଶିଷ୍ଟ ଦିକିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଭାରତ ସହ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଢେର ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି।
ତେବେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଭାରତକୁ ବଡ଼ ଆଶ୍ବସ୍ତି ମିଳିଛି। କାରଣ ଦକ୍ଷିଣ ଆଫ୍ରିକା ଟିମ୍ କାଗିସୋ ରବାଡ଼ାଙ୍କୁ ବିଶ୍ରାମ ଦେଇଛି। ଦକ୍ଷିଣ ଆଫ୍ରିକା ପାଇଁ ଟେଷ୍ଟ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିଥିବା ରବାଡାଙ୍କୁ କାର୍ଯ୍ୟଭାର ପାଇଁ ବିଶ୍ରାମ ଦିଆଯାଇଛି। ଦକ୍ଷିଣ ଆଫ୍ରିକାକୁ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ପରେ ନ୍ୟୁଜିଲାଣ୍ଡ ଗସ୍ତ କରିବାର ଅଛି। ଏହି ଶୃଙ୍ଖଳା ପାଇଁ ରବାଡ଼ାଙ୍କୁ ଦକ୍ଷିଣ ଆଫ୍ରିକା ବିଶ୍ରାମ ଦେଇଛି।
ଭାରତ: କେଏଲ୍ ରାହୁଲ (ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଦୀପକ ଚହର, ଶାର୍ଦୁଳ ଠାକୁର/ଭୁବନେଶ୍ବର କୁମାର, ଆର ଅଶ୍ବିନ, ଯଶପ୍ରୀତ ବୁମ୍ରା, ୟୁଝବେନ୍ଦ୍ର ଚହଲ
ଦକ୍ଷିଣ ଆଫ୍ରିକା: କ୍ବିଣ୍ଟନ୍ ଡି’କକ୍, ଜାନେମନ ମଲାନ, ତେମ୍ବା ବଭୁମା(ଅଧିନାୟକ), ଏଦେନ ମର୍କରାମ, ରଶେ ଭାନଦର ଡୁସେନ, ଡେଭିଡ୍ ମିଲର, ଡ୍ବେନ୍ ପ୍ରିଟୋରିୟସ୍/ଜର୍ଜ ଲିଣ୍ଡେ, ଆନ୍ଦିଲ ଫେଲୁକ୍ବାଓ, ଜର୍ଜ ଲିଣ୍ଡେ, ଲୁଙ୍ଗି ଏନ୍ଗିଡ଼ି, ତାବ୍ରାଇଜ୍ ସାମସି