ରାଜକୋଟ, ଜୁନ୍ ୧୭ (ଖବର ଓଡ଼ିଶା): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ୪ର୍ଥ ଟି-୨୦ ମ୍ୟାଚ ଖେଳାଳିବ । ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଏହି ମୁକାବିଲା ଗୁଜରାଟର ରାଜକୋଟରେ ଖେଳାଯିବ । ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବାକୁ ଥିବା ଏହି ମୁକାବିଲାରେ ଭାରତ ପୁଣି ଥରେ ଚମକିବାକୁ ଉଦ୍ୟମ କରିବ । ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ମ୍ୟାଚ ଜିତିବା ପାଇଁ ଉଦ୍ୟମ କରିବେ । ବର୍ତ୍ତମାନ ଯାଏଁ ଶୃଙ୍ଖଳାରେ ଅତିଥି ଟିମ୍ ୨ଟିରେ ବିଜୟ ହୋଇଥିଲା ବେଳେ ଭାରତ ଗୋଟିଏ ମ୍ୟାଚ ଜିତିଛି ।
ତେବେ ଗତ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିଥିଲା । ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ୪୮ ରନ୍ରେ ଜିତିଥିଲା । ଯୁବ ଭାରତୀୟ ଟିମ୍ ଫର୍ମରେ ଥିବାରୁ ରାଜକୋଟରେ ସ୍ୱତନ୍ତ୍ର ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି । ଅନ୍ୟପଟରେ ଦକ୍ଷିଣ ଆଫ୍ରିକା ମଧ୍ୟ ଆଜିର ମ୍ୟାଚ ଜିତିବାକୁ ଉଦ୍ୟମ କରିବ । କାରଣି ପୂର୍ବରୁ ୨ଟି ମ୍ୟାଚ ଜିତି ସାରିଥିବାରୁ ତାକୁ ଶୃଙ୍ଖଳା ବିଜୟ ହାସଲ କରିବା ପାଇଁ ଆଉ ଗୋଟିଏ ମ୍ୟାଚ ଜିତିବାର ଅଛି ।