ଆଇପିଏଲ ପ୍ଲେଅଫ ଲଢ଼େଇ ନିର୍ଦ୍ଧାରିତ: ଦିଲ୍ଳୀ-ଚେନ୍ନାଇ ଓ ବାଙ୍ଗାଲୋର-କୋଲକାତା ମଧ୍ୟରେ ହେବ ମୁକାବିଲା
Khabar Odisha:Sports-cricket-IPL-playoff-match-fixed-as-Delhi-play-with-Chennai

ନୂଆଦିଲ୍ଲୀ, ଅକ୍ଟୋବର ୦୯ (ଖବର ଓଡ଼ିଶା): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୧୪ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି। ଟୁର୍ଣ୍ଣାମେଣ୍ଟର ଲିଗ ମ୍ୟାଚ ଗୁଡ଼ିକର ଶୁକ୍ରବାର ଶେଷ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ ଦୌଡ଼ରୁ ବାହାରି ଯାଇଛି। ଏଥି ସହିତ କୋଲକାତା ନାଇଟ ରାଇଡର୍ସ ନିଜର ସ୍ଥାନକୁ ସୁନିଶ୍ଚିତ କରିଛି। ଏବେ ପ୍ଲେଅଫ ମ୍ୟାଚ ଓ ତାରିଖ ମଧ୍ୟ ନିର୍ଦ୍ଧାରିତ ହୋଇଛି। 

ପ୍ଲେଅଫରେ ଅକ୍ଟୋବର ୧୦ ତାରିଖରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ। ସେହିପରି ଅକ୍ଟୋବର ୧୧ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସକୁ କୋଲକାତା ନାଇଟ ରାଇଡର୍ସ ଭେଟିବ। 

ପ୍ଲେଅଫରେ ପ୍ରଥମ ଲଢ଼େଇ ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ହେବ। ଏହି ୨ଟି ଟିମ ଲିଗ ପର୍ଯ୍ୟା‌ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ତେଣୁ ଏମାନଙ୍କୁ ଫାଇନାଲରେ ପହଂଚିବା ପାଇଁ ୨ଟି ଲେଖାଏଁ ସୁଯୋଗ ମିଳିବ। ଅର୍ଥାତ କ୍ବାଲିଫାୟର୧ରେ ଯେଉଁ ଟିମ ଜିତିବ, ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। କିନ୍ତୁ ଯେଉଁ ଟିମ ହାରିବ, ସେହିଟିମ ଏଲି‌ମିନେଟର ବିଜୟୀ ଟିମ ସହିତ ମୁକାବିଲା କରିବ। 

ଏଲିମିନେଟର ମୁକାବିଲା ବାଙ୍ଗାଲୋର ଓ କୋଲକାତା ମଧ୍ୟରେ ହେବ। ଏହି ମ୍ୟାଚରେ ଯିଏ ହାରିବ ସେହି ଟିମ ଟୁର୍ଣ୍ଣାମେଣ୍ଟରୁ ବାହାରିଯିବ। କିନ୍ତୁ ବିଜୟୀ ଟିମକୁ ଫାଇନାଲରେ ପ୍ରବେଶ କରିବା ପାଇଁ କ୍ବାଲିଫାୟର ୨ ସହିତ ଲଢ଼ିବାକୁ ପଡ଼ିବ। ଅକ୍ଟୋବର ୧୩ ତାରିଖରେ କ୍ବାଲିଫାୟର-୨ ଖେଳାଯିବ। ଫାଇନାଲ ମ୍ୟାଚ ଅକ୍ଟୋବର ୧୫ରେ ରହିଛି। 

 

 

  • Tags:

Subscribe

National International State Sports Entertainment