ଆଇପିଏଲ୍‌: ରୋମାଞ୍ଚକର ମୁକାବିଲାରେ ୬ ରନ୍‌ରେ ହାଇଦ୍ରାବାଦ୍‌କୁ ହରାଇଲା ବାଙ୍ଗାଲୋର
Khabar Odisha:Sports-cricket-Royal-Challengers-Bangalore-beat-Hyderabad-in-IPL-6th-match

ଚେନ୍ନାଇ, ଏପ୍ରିଲ ୧୫ (ଖବର ଓଡ଼ିଶା): ସନରାଇଜର୍ସ ହାଇଦ୍ରାଦ୍ ଓ ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ମଧ୍ୟରେ ଆଇପିଏଲ୍ ୨୦୨୧ର ୬ଷ୍ଠ ମୁକାବିଲା ହୋଇଛି । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଟସ ଜିତି ବାଙ୍ଗାଲୋର ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ହ୍ରାଇଦ୍ରାବାଦ ବ୍ୟାଟିଂ କରିଥିଲା । ଏହି ମ୍ୟାଚରେ ବିରାଟ କୋହଲିଙ୍କ ଟିମ ମ୍ୟାଚ ବିଜୟ ପାଇଁ କଡ଼ା ସଂଘର୍ଷ କରି ସଫଳତା ହାସଲ କରିଛି । କୋହଲିଙ୍କ ଟିମ୍ ରୋମାଂଚକର ମୁକାବିଲାରେ ୬ ରନ୍‌ରେ ବିଜୟୀ ହୋଇଛି ।  

୧୫୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ହାଇଦ୍ରାବାଦ୍ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ ହରାଇ ୧୪୩ ରନ୍ କରିଥିଲା । ଡେଭିଡ ୱାର୍ଣ୍ଣର ସର୍ବାଧିକ ୫୪ ରନ କରିଥିଲେ । ଏହା ବ୍ୟତୀତ ମନୀଷ ପାଣ୍ଡେ ୩୮ ରନ୍ ଯୋଡ଼ିଥିଲେ । 

ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୧୪୯ ରନ ସଂଗ୍ରହ କରିଥିଲା । ଗ୍ଲେନ ମ୍ୟାକ୍ସୱେଲ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ସେ ୪୧ଟି ବଲ ଖେଳି ବ୍ୟକ୍ତିଗତ ଭାବେ ୫୯ ରନ୍ କରିଥିଲେ । ଏଥିରେ ୫ଟି ଚୌକା ଓ ୩ ଛକା ସାମିଲ ଥିଲା । ଏହା ବ୍ୟତୀତ କୋହଲି ୩୩ ରନ, ଶାହବାଜ ଅହମଦ ୧୪ ରନ ଓ କାଇଲ ଜେମିସନ ୧୨ ରନ୍ ଯୋଗଦାନ ଦେଇଥିଲେ । 

ଶାହବାଜ ଅହମଦ ହାଇଦ୍ରାବାଦର ୩ ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକ ପଠାଇଥିଲେ । ସେ ୨ ଓଭରରେ ୩.୫୦ ହାରରେ ୭ ରନ୍ ଦେଇଥିଲେ । ଏହା ବ୍ୟତୀତ ମହମ୍ମଦ ସିରାଜ ଓ ହର୍ଷଲ ପଟେଲ ୨-୨ ୱିକେଟ ନେଇଥିଲେ । କାଇଲ ଜେମିସନଙ୍କୁ ଗୋଟିଏ ୱିକେଟ ମିଳିଥିଲା । 

 

 

  • Tags:

Subscribe

National International State Sports Entertainment