ଆଇପିଏଲ୍‌: ୫ ବର୍ଷ ପରେ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ, ପ୍ରୀତି ଜିଣ୍ଟାଙ୍କ ଟିମ୍‌କୁ ଟ୍ରୋଲ କଲେ ପ୍ରଶଂସକ
Khabar Odisha:Sports-cricket-Glenn-Maxwell-smashes-fifty-after-5-years-fans-troll-Preity-Zinta-and-Punjab-Kings

ନୂଆଦିଲ୍ଲୀ, ଏପ୍ରିଲ ୧୫ (ଖବର ଓଡ଼ିଶା): ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲର ୬ଷ୍ଠ ମୁକାବିଲାରେ ଗ୍ଲେନ ମ୍ୟାକ୍ସୱେଲ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ  ମ୍ୟାକ୍ସୱେଲ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଟସ ଜିତି ବେଙ୍ଗାଲୋର ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ହ୍ରାଇଦ୍ରାବାଦ ବ୍ୟାଟିଂ କରିଥିଲା ।  କୋହଲିଙ୍କ ଟିମ୍ ରୋମାଂଚକର ମୁକାବିଲାରେ ୬ ରନ୍‌ରେ ବିଜୟୀ ହୋଇଛି ।  

ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୧୪୯ ରନ ସଂଗ୍ରହ କରିଥିଲା । ଗ୍ଲେନ ମ୍ୟାକ୍ସୱେଲ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ସେ ୪୧ଟି ବଲ ଖେଳି ବ୍ୟକ୍ତିଗତ ଭାବେ ୫୯ ରନ୍ କରିଥିଲେ । ଏଥିରେ ୫ଟି ଚୌକା ଓ ୩ ଛକା ସାମିଲ ଥିଲା ।  ମ୍ୟାକ୍ସୱେଲ ନିଜର ଟିମକୁ ସ୍କୋର ୧୪୯ ରନ୍‌ରେ ପହଂଚିବା ପାଇଁ ବଡ଼ ଭୂମିକା ନେଇଥିଲେ । କିନ୍ତୁ ଜଣେ ଅଲରାଉଣ୍ଡର ହୋଇଥିଲେ ବି ଦୀର୍ଘ ୫ ବର୍ଷ ପରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ, ଯେଉଁଥି ପାଇଁ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରିଛନ୍ତି । 

ଗ୍ଲେନ ମ୍ୟାକ୍ସୱେଲ ଦର୍ଶନୀୟ ଅର୍ଦ୍ଧଶତକ ହାସଲ କରିବା ପରେ ପ୍ରଶଂସକମାନେ ଖୁସି ଅନୁଭବ କରିଛନ୍ତି । ଅଷ୍ଟ୍ରେଲିଆର ଏହି ବ୍ୟାଟ୍ସମ୍ୟାନ ୨୦୧୬ ପରେ ପ୍ରଥମ ଥର ଆଇପିଏଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ପ୍ରଶଂସକମାନେ କିଙ୍ଗସ ଏକାଦଶ ପଂଜାବ ଓ ଏହାର ମାଲିକ ପ୍ରୀତି ଜିଣ୍ଟାଙ୍କୁ ମଧ୍ୟ ଟ୍ରୋଲ କରିଛନ୍ତି ।  

 

  • Tags:

Subscribe

National International State Sports Entertainment