ନୂଆଦିଲ୍ଲୀ: ଗ୍ରାହକଙ୍କୁ ମିଳିବ ଆଶ୍ବସ୍ତି। ମହଙ୍ଗା ପ୍ଲାନରୁ ମିଳିପାରେ ମୁକ୍ତି । ଗ୍ରାହକ ଚାହିଁଲେ ନେଇପାରିବେ କେବଳ ଭଏସ କିମ୍ବା ଏସଏମଏସ ପ୍ଲାନ। ଭାରତୀୟ ଟେଲିକମ୍ ନିୟାମକ ଟ୍ରାଇ ଟେଲିକମ୍ କମ୍ପାନିକୁ ଶସ୍ତା ଭଏସ ଏବଂ ଏସଏମଏସ ପ୍ଲାନ୍ ଆଣିବାକୁ ପ୍ରସ୍ତାବ ଦେଇଛି। ରିପୋର୍ଟ ଅନୁସାରେ, ଏହି ଟ୍ରାଇର ନୂଆ ପ୍ରସ୍ତାବ ଅନୁସାରେ ଟେଲିକମ୍ ଅପରେଟର୍ସଙ୍କୁ ଡାଟା ପ୍ଲାନ୍ ନଥିବା ଭଏସ ପ୍ଲାନ୍ ଦେବାକୁ କୁହାଯାଇଛି। ଏହାର ଦାମ୍ ବର୍ତ୍ତମାନର ସ୍ବତନ୍ତ୍ର ଡାଟା ପ୍ଲାନ ଠାରୁ କମ୍ ହେବ।
ଟ୍ରାଇ କହିଛି, କମ୍ପାନିମାନେ ପୂର୍ବରୁ ମଧ୍ୟ ଏଭଳି ପ୍ଲାନ ଆଣିଥିଲେ। କିନ୍ତୁ ତାହାର ଦାମ୍ ଅଧିକ ରହିଥିଲା। ଡାଟା କାଢ଼ିବା ପରେ ପରେ ବି ଏହାର ଦାମ୍ କମ୍ କରାଯାଇନାହିଁ। ଏମିତିରେ ପୂର୍ବରୁ କରାଯାଇଥିବା ପରିବର୍ତ୍ତନର ପରିଣାମ ସନ୍ତୋଷଜନକ ନୁହେଁ। ଏହି କାରଣରୁ ନୂଆ ସଂଶୋଧିତ ପ୍ରସ୍ତାବ ଦିଆଯାଇଛି। କମ୍ପାନିଙ୍କୁ ଏବେ ପୂର୍ବ ପ୍ଲାନ ବ୍ୟତୀତ କଲ୍ ଏବଂ ଏସଏମଏସ ମଧ୍ୟ ଦେବାକୁ ହେବ। ଏହାଦ୍ବାରା ପାରଦର୍ଶିତା ବଢ଼ିବ। ଗ୍ରାହକ ଚାହୁନଥିବା ସେବା ନେବା ପାଇଁ ବାଧ୍ୟ କରାଯାଇପାରିବନାହିଁ ବୋଲି କହିଛି ଟ୍ରାଇଛି।
ଦୁଇ ସପ୍ତାହ ମଧ୍ୟରେ ସବୁ ଥାନାରେ ଲାଗିବ ସିସିଟିଭି କ୍ୟାମେରା
ଆହୁରି ମଧ୍ୟ ନିୟାମକ କହିଛି ଏହା ଦ୍ବାରା ଯେଉଁ ଲୋକଙ୍କୁ ଡାଟାର ଆବଶ୍ୟକତା ନାହିଁ, ତାଙ୍କୁ ଏଥିପାଇଁ ଟଙ୍କା ଦେବାକୁ ପଡ଼ିବନି । ଏହାଦ୍ବାରା ଗ୍ରାହକଙ୍କୁ ଅଧିକ ବିକଳ୍ପ ମିଳିବ। ପ୍ରସ୍ତାବ ଅନୁସାରେ, ଭଏସ ଓନଲି ଏବଂ ଏସଏମସ ପ୍ଲାଟ ଡାଟା ପ୍ଲାନ ଭଳି ଉପଲବ୍ଧ ହେବ। ଟ୍ରାଇ ଏହି ପ୍ରସ୍ତାବ ଉପରେ ଏପ୍ରିଲ ୨୮ ସୁଦ୍ଧା ଟେଲିକମ୍ କମ୍ପାନିଠୁ ରିପୋର୍ଟ ମାଗିଛି।
ଏହା ଲାଗୁ ହେଲେ ଲୋକଙ୍କୁ ବଡ଼ ଆଶ୍ଵସ୍ତି ମିଳିବ। ବିଶେଷ କରି ସେମାନଙ୍କୁ ଯେଉଁମାନେ କିପ୍ୟାଡ ଫୋନ ବ୍ୟବହାର କରୁଛନ୍ତି। ଗ୍ରାମାଞ୍ଚଳ ଏବଂ ବୟସ୍କ ଲୋକେ ଏଥିରୁ ବେଶ ଉପକୃତ ହେବେ। ପୂର୍ବପରି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି। ସେମାନଙ୍କୁ କେବଲ ଭଏସ କଲ ଓ ଏସଏମଏସର ସୁବିଧା ମିଳିବ।