ଭାରତୀୟ ଟିମ୍‌ରେ ୮ ମାସରେ ୬ ଅଧିନାୟକ; ରାହୁଲ ଦ୍ରାବିଡ଼ କହିଲେ- କେବେ ଭାବି ନଥିଲି ଏମିତି ହେବ
Khabar Odisha:Sports-cricket-Didnt-plan-six-captains-in-8-months-but-we-have-prepared-many-captains-says-Rahul-David

ନୂଆଦିଲ୍ଲୀ, ଜୁନ୍ ୨୦ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ କହିଛନ୍ତି ଯେ, ସେ ୮ ମାସ ଭିତରେ ସବୁ ପ୍ରାରୂପରେ ୬ ଜଣ ଅଧିନାୟକଙ୍କ ସହିତ କାମ କରିଛନ୍ତି । ରାହୁଲ ଦ୍ରାବିଡ ଟି-୨୦ ବିଶ୍ୱକପ ପରେ ଗତ ନଭେମ୍ବର ମାସରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ନେଇଥିଲେ । ଏହା ପରେ କୋଭିଡ-୧୯ ସଂପର୍କିତ ‘ବବଲ ବ୍ରେକ’ ଓ ଆହତ କାରଣରୁ ବ୍ରେକ୍ କାରଣରୁ ରାଷ୍ଟ୍ରୀୟ ଅଧିନାୟକ ଭାବେ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧୱନ, ଲୋକେଶ ରାହୁଲ, ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା (ଆୟରଲାଣ୍ଡରେ ନେତୃତ୍ୱ ନେବେ) ଦାୟିତ୍ୱ ନେଇଛନ୍ତି । 

ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ ଟି-୨୦ ମ୍ୟାଚ ପୂର୍ବରୁ ରବିବାର ରାହୁଲ ଦ୍ରାବିଡ଼ କହିଥିଲେ, ଆମେ ୮ ମାସ ଭିତରେ ୬ ଜଣ ଅଧିନାୟକଙ୍କୁ ପଡ଼ିଆକୁ ଓହ୍ଲାଇଛୁ । ବାସ୍ତବରେ ଏହା ଯୋଜନା ନଥିଲା । ଦ୍ରାବିଡ କହିଛନ୍ତି ଯେ, ପରିସ୍ଥିତି କାରଣରୁ ଏମତି ହୋଇଥାଏ । କିନ୍ତୁ ଜୀବନରେ ଏଭଳି ହେବ ବୋଲି କେବେ ଭାବି ନଥିଲି ।

ଅନ୍ୟପଟରେ କୋଭିଡ-୧୯ କାରଣରୁ ମୋତେ କିଛି ଲୋକଙ୍କ ସହିତ କାମ କରିବାକୁ ପଡ଼ିଛି, ଯାହାକି ସ୍ମରଣୀୟ । ଅନେକ ଖେଳାଳିଙ୍କୁ ଟିମ୍‌ର ନେତୃତ୍ୱ ନେବାରେ ସୁଯୋଗ ମିଳିଛି । ଆମକୁ ଗ୍ରୁପରେ ଅଧିନାୟକ ପ୍ରସ୍ତୁତ କରିବାର ସୁଯୋଗ ମଧ୍ୟ ମିଳିଛି । ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ହରାଇବା ନିରାଶଜନକ ଥିଲା । ତେଣୁ ଟିମ୍ ସବୁ ଦିଗରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । 

 

  • Tags:

Subscribe

National International State Sports Entertainment