ଆଇପିଏଲ୍‌: ହାଇଦ୍ରାବାଦ୍‌କୁ ୨୧ ରନ୍‌ରେ ପରାସ୍ତ କଲା ଦିଲ୍ଲୀ, ପ୍ଲେଅଫ୍ ଖେଳିବା ଆଶା ଜାରି
Khabar Odisha:Sports-cricket-Delhi-Capitals-won-by-21-runs-against-Sunrisers-Hyderabad

ମୁମ୍ବାଇ, ମେ ୦୬ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୫୦ତମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳାଯାଇଛି । ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ଗୁରୁବାର ଦିଲ୍ଲୀ ଟିମ୍ ପ୍ରଥମେ ବ୍ୟାଟିଂ କରି ୩ଟି ୱିକେଟ୍ ହରାଇ ୨୦୭ ରନ୍ କରିଥିଲା । ଜବାବରେ ହ୍ରାଇଦ୍ରାବାଦ୍ ୮ୱିକେଟ୍ ବିନିମୟରେ ୧୮୬ ରନ୍‌ରେ ଅଟକି ଯାଇଥିଲା । ଫଳରେ ଦିଲ୍ଲୀ ଏହି ମ୍ୟାଚ୍‌କୁ ୨୧ ରନ୍‌ରେ ଜିତିବା ସହିତ ଚଳିତ ଆଇପିଏଲ୍‌ରେ ପ୍ଲେଅଫ୍ ଖେଳିବାର ଆଶା ଜାରି ରଖିଛି । 

ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ୧୦ ପଏଣ୍ଟ ପାଇଛି । ୧୦ଟି ମ୍ୟାଚରୁ ୫ଟିରେ ବିଜୟ ହୋଇଥିଲା ବେଳେ ଅନ୍ୟ ୫ଟି ମ୍ୟାଚରେ ପରାସ୍ତ ହୋଇଛି । ଏବେ ପଏଣ୍ଟ ଟେବୁଲରେ ଦିଲ୍ଲୀ ୫ମ ସ୍ଥାନରେ ରହିଛି । ଏବେବି ହାତରେ ଆହୁରି ୪ଟି ମ୍ୟାଚ ଖେଳିବାର ଅଛି । ତେଣୁ ଟିମ୍ ଯଦି ସବୁ ମ୍ୟାଚ ଜିତିବ, ତା’ହେଲେ ପ୍ଲେଅଫରେ ପହଞ୍ଚି ପାରିବ । ହାଇଦ୍ରାବାଦ୍ ମଧ୍ୟ ୧୦ରୁ ୫ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଅଛି । 

ହାଇଦ୍ରାଦବାଦ୍ ପାଇଁ ନିକୋଲାସ ପୂରନ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ସେ ୩୪ଟି ବଲ୍ ଖେଳି ୬୨ ରନ୍ କରିଥିଲେ । ଏଥିରେ ୬ଟି ଛକା ମଧ୍ୟ ସାମିଲ ଥିଲା । ଆଶା କରାଯାଉଥିଲା ଯେ, ନିକୋଲାସ ପୂରନ ହିଁ ଏହି ମ୍ୟାଚକୁ ଜିତାଇ ଦେବେ । କିନ୍ତୁ ସେ ଆଉଟ ହୋଇଯିବା ପରେ ଅନ୍ୟ ଖେଳାଳିମାନେ ଆବଶ୍ୟକ ରନ୍ ସଂଗ୍ରହ କରିବାରେ ବିଫଳ ହୋଇଥିଲେ । ଆଇଡେନ ମାର୍କମ ୪୨ ରନ୍ ଓ ରାହୁଲ ତ୍ରିପାଠୀ ୨୨ ରନ୍ କରିଥିଲେ । ଅନ୍ୟ ଖେଳାଳିମାନଙ୍କ ବ୍ୟକ୍ତିଗତ ରନ୍ ନୈରାଶ୍ୟଜନକ ଥିଲା । 

 

  • Tags:

Subscribe

National International State Sports Entertainment