ନୂଆଦିଲ୍ଲୀ, ଅଗଷ୍ଟ ୦୪ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ସେପ୍ଟେମ୍ବର-ଅକ୍ଟୋବରରେ ହେବାକୁ ଥିବା ଘରୋଇ ଶୃଙ୍ଖଳା ପାଇଁ କ୍ରୀଡ଼ାସୂଚୀ ଜାରି କରିଛି । ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଟି-୨୦ ମ୍ୟାଚ ଖେଳିବାର ଅଛି । ସେହିଭଳି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଟି-୨୦ ଓ ସମାନ ପରିମାଣରେ ଦିନିକିଆ ମ୍ୟାଚ ଖେଳିବାକୁ ପଡ଼ିବ ।
ବିସିସିଆଇର ବିଜ୍ଞପ୍ତି ଅନୁସାରେ ନିମ୍ନ କ୍ରୀଡ଼ାସୂଚୀରୁ ଜାଣନ୍ତୁ ଏହି ମ୍ୟାଚ ଗୁଡ଼ିକ କେବେ ଓ କେଉଁଠାରେ ଖେଳାଯିବ ।
ଭାରତ ବନାମ ଅଷ୍ଟ୍ରେଲିଆ
-ପ୍ରଥମ ଟି-୨୦: ସେପ୍ଟେମ୍ବର ୨୦ (ମୋହାଲି)
-୨ୟ ଟି-୨୦: ସେପ୍ଟେମ୍ବର ୨୩ (ନାଗପୁର)
-୩ୟ ଟି-୨୦: ସେପ୍ଟେମ୍ବର ୨୫ (ହାଇଦ୍ରାବାଦ୍)
ଭାରତ ବନାମ ଦକ୍ଷିଣ ଆଫ୍ରିକା
-ପ୍ରଥମ ଟି-୨୦: ସେପ୍ଟେମ୍ବର ୨୮ (ତିରୁଅନନ୍ତପୁରମ)
-୨ୟ ଟି-୨୦: ଅକ୍ଟୋବର ୨ (ଗୁଆହାଟୀ)
-୩ୟ ଟି-୨୦: ଅକ୍ଟୋବର ୪ (ଇନ୍ଦୋର)
-ପ୍ରଥମ ଦିନିକିଆ: ଅକ୍ଟୋବର ୬ (ଲଖନଉ)
-୨ୟ ଦିନିକିଆ: ଅକ୍ଟୋବର ୯ (ରାଞ୍ଚି)
-୩ୟ ଦିନିକିଆ: ଅକ୍ଟୋବର ୧୧ (ଦିଲ୍ଲୀ)
ତେବେ ଭାରତୀୟ ଟିମ୍ରେ କେଉଁମାନେ ଅଂଶବିଶେଷ ହେବେ, ତାହା ଏବେ ଠାରୁ କହିହେବ ନାହିଁ । କେବଳ ଏତିକି କୁହାଯାଇ ପାରିବ ଯେ, ଯେଉଁ ଭାରତୀୟ ଖେଳାଳି ଟି-୨୦ ବିଶ୍ୱକପରେ ସ୍ଥାନ ପାଇବେ, ସେମାନେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଶୃଙ୍ଖଳାରେ ସୁଯୋଗ ପାଇପାରନ୍ତି । ଅନ୍ୟପଟରେ ଯେଉଁମାନେ ଟି-୨୦ ବିଶ୍ୱକପର ଅଂଶବିଶେଷ ହେବେ, ସେମାନେ ଦିନିକିଆ ଶୃଙ୍ଖଳାରେ ସାମିଲ ହେବା ଆଶଙ୍କା କମ । କାରଣ ସେମାନେ ବିଶ୍ୱକପର ପ୍ରସ୍ତୁତି ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ ।