ନୂଆଦିଲ୍ଲୀ, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା): ଟିମ୍ ଇଣ୍ଡିଆର ଆଗଧାଡ଼ିର ବୋଲର ଭୁବନେଶ୍ୱର କୁମାରଙ୍କୁ ନେଇ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଯାଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ମୋହାଲିରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭୁବନେଶ୍ୱର କୁମାର ବହୁତ ରନ୍ ଖର୍ଚ୍ଚ କରିଥିଲେ । ଏହା ଥିଲା ଭାରତ ପରାଜୟର ମୁଖ୍ୟ କାରଣ । ତେଣୁ ଟି-୨୦ ବିଶ୍ୱକପରେ ତାଙ୍କର ଖେଳିବାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି । କାରଣ ଭୁବନେଶ୍ୱର କୁମାର ଟି-୨୦ ବିଶ୍ୱକପ ଦଳରେ ସାମିଲ ଅଛନ୍ତି ।
ଏକଦା ଭୁବନେଶ୍ୱର କୁମାର ଦଳରୁ ବାହାରି ଯାଇଥିଲେ । କିନ୍ତୁ ଫିଟନେସ ଯୋଗୁଁ ସେ ଆଇପିଏଲ୍ରେ ଭଲ ପ୍ରଦର୍ଶନ କରିଥିଲେ । ଏହି କାରଣରୁ ତାଙ୍କୁ ଟି-୨୦ରେ ସାମିଲ କରାଯାଇଥିଲା । ଫେରିବା ପରେ ଭୁବି ଲଗାତାର ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ । ତେଣୁ ତାଙ୍କୁ ଟି-୨୦ରେ ସାମିଲ କରାଯାଇଥିଲା ।
ଆଇପିଏଲରେ ଭୁବନେଶ୍ୱର କୁମାର ନିଜର ଅଧିକାଂଶ ଓଭର ପାୱାରପ୍ଲେ ଅଥବା ପ୍ରାଥମିକ ୧୦ ଓଭର ଭିତରେ ଶେଷ କରିଦେଇଥାନ୍ତି । ଏହା ହେଉଛି ତାଙ୍କର ବଳ । ପାୱାରପ୍ଲେରେ ଯେତେବେଳେ ବିରୋଧୀ ଟିମ୍ ରନ୍ ସଂଗ୍ରହ କରିବାକୁ ଉଦ୍ୟମ କରନ୍ତି, ସେହି ସମୟରେ ବ୍ୟାଟିଂ ମଧ୍ୟ ଅସୁବିଧା ହୋଇଥାଏ । ଆଇପିଏଲ ସମୟରେ ଭୁବନେଶ୍ୱର କୁମାରଙ୍କ ଶକ୍ତି ଏମିତି ଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଭୁବନେଶ୍ୱର କୁମାର ୧୯ତମ ଓଭର ବୋଲିଂ କରିଥିଲେ ।
ଗତ କିଛି ମାସ ହେବ ଜସପ୍ରୀତ ବୁମରା ଓ ହର୍ଷଲ ପଟେଲ ଟିମ ଇଣ୍ଡିଆର ଅଂଶବିଶେଷ ନ ଥିଲେ । ଏହି କାରଣରୁ ଭୁବନେଶ୍ୱର କୁମାରଙ୍କୁ ବଡ଼ ବୋଲର ଭାବେ ରଖାଯାଇଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଟି ୨୦ର ପ୍ରଥମ ମୁକାବିଲାରେ ବୁମରା ଖେଳି ନାହାନ୍ତି । କିନ୍ତୁ ସେ ୨ୟ ମ୍ୟାଚରେ ପଡ଼ିଆକୁ ଫେରିବେ । ବୁମରା ଫେରିଲେ ଭାରତର ଡେଥ ଓଭର ଚିନ୍ତା ଶେଷ ହୋଇପାରେ । ଅର୍ଥାତ ଭୁବନେଶ୍ୱର କୁମାର ନିଜର କୋଟାକୁ ପୂର୍ବରୁ ଶେଷ କରିପାରନ୍ତି । ଅନ୍ୟପଟରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବ କି ନାହିଁ ତାହା ମଧ୍ୟ ଦ୍ୱନ୍ଦ୍ୱ ରହୁଛି ।