ଭିକ୍ଟୋରିଆ ଅଜାରେଙ୍କାଙ୍କୁ ହରାଇ ୟୁଏସ ଓପନ ଜିତିଲେ ଜାପାନର ନାଓମୀ ଓସାକା
Khabar Odisha:Sports-Japans-Naomi-Osaka-wins-US-Open-Womens-single-title-by-beating-Victoria-Azarenka

ନ୍ୟୁୟର୍କ, ସେପ୍ଟେମ୍ବର ୧୩ (ଖବର ଓଡ଼ିଶା): ଜାପାନର ନାଓମୀ ଓସାକା ୟୁଏସ ଓପନର ମହିଳ ଏକକରେ ବିଜୟିନୀ ହୋଇଛନ୍ତି । ଫାଇନାଲରେ ସେ ବେଲାରୁସର ଭିକ୍ଟୋରିଆ ଅଜାରେଙ୍କାଙ୍କୁ ପରାସ୍ତ କରିଛନ୍ତି । ପ୍ରଥମ ସେଟରେ ପଛୁଆ ରହିବା ପରେ ସେ ମ୍ୟାଚରେ ଜବରଦସ୍ତ ଫେରିଛନ୍ତି । ଓସାକା ଅଜାରେଙ୍କାଙ୍କୁ ୧-୬, ୬-୬,୬-୩ରେ ପରାସ୍ତ କରିଛନ୍ତି । 

ୟୁଏସ ଓପନର ମହିଳାଙ୍କ ସିଙ୍ଗିଲର ଏହି ଫାଇନାଲ ମୁକାବିଲା ୟୁଏସଟିଏ ବିଲି ଜିନ୍ସ କିଙ୍ଗ ନ୍ୟାସନାଲ ଟେନିସ ସେଣ୍ଟରେ ଖେଳାଯାଇଥିଲା । ୨୨ ବର୍ଷୀୟ ଓସାକାଙ୍କ ଏହା ଥିଲା ୨ୟ ୟୁଏସଏ ଓପନ ଏବଂ ମୋଟ ତୃତୀୟ ଗ୍ରାଣ୍ଡ ସ୍ଲାମ ଟାଇଟଲ । 

ଅଜରେଙ୍କା ତୃତୀୟ ଥର ୟୁଏସ ଓପନ ଫାଇନାଲରେ ପହଂଚିଥିଲେ । କିନ୍ତୁ ସେ ଏଥର ମଧ୍ୟ ହାରିଯାଇଥିଲେ । ଏହା ପୂର୍ବରୁ ସେ ୨୦୧୨ ଓ ୨୦୧୩ ରେ ମଧ୍ୟ ୟୁଏସ ଓପନର ଫାଇନାଲରେ ପହଂଚିଥିଲେ । କିନ୍ତୁ ସେହି ସମୟରେ ସେ ସେରେନା ୱିଲିୟମଙ୍କ ହାତରେ ପରାସ୍ତ ହୋଇଥିଲେ । 

 

  • Tags:

Subscribe

National International State Sports Entertainment