କୋଭିଡ-୧୯: କରୋନା ଭାଇରସ ମୁକାବିଲା ଲାଗି ମିତାଲି ରାଜ ଦାନ କଲେ ୧୦ ଲକ୍ଷ ଟଙ୍କା
Khabar Odisha:Sports-Indian-cricketer-Mithali-Raj-joins-fight-against-coronavirus-with-Rs-10-lakh-donation

ବେଙ୍ଗାଲୁରୁ, ମାର୍ଚ୍ଚ ୩୧ (ଖବର ଓଡ଼ିଶା): ଭାରତୟୀ ମହିଳା ଦିନିକିଆ କ୍ରିକେଟ ଟିମର ଅଧିନାୟିକା ମିତାଲି ରାଜ କରୋନା ଭାଇରସ ମୁକାବିଲା ଲାଗି ୧୦ ଟଙ୍କା ଦାନ କରିଛନ୍ତି । ମିତାଲି ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରିଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ମିତାଲି ଟୁଇଟରରେ କହିଛନ୍ତି, ଆମେ ସମସ୍ତେ କରୋନା ମୁକାବିଲା ପାଇଁ ଲଢ଼ିବା । ମୁଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରୁଛି ।

ଏହା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ ଟିମର ଖେଳାଳି ଦୀପ୍ତ ଶର୍ମା ମଧ୍ୟ ପଶ୍ଚିମବଙ୍ଗର ଜରୁରୀକାଳୀନ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କରିଥିଲେ । ବିସିସିଆଇ କରୋନା ମୁକାବିଲା ପାଇଁ ୫୧ କୋଟି ଟଙ୍କା ଦାନ କରିଛି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବ୍ୟକ୍ତିଗତ ଭାବେ ଅସହାୟ ଲୋକଙ୍କୁ ସହଯୋଗ କରୁଛନ୍ତି । ସେହିଭଳି ଅନ୍ୟ ଖେଳାଳିମାନେ ମଧ୍ୟ ନିଃସନ୍ଦେହରେ ଦାନ କରୁଛନ୍ତି । ପିଭି ସିନ୍ଧୁ, ସାନିଆ ମିର୍ଜା, ବଜରଙ୍ଗ ପୁନିଆ ଭଳି ଖେଳାଳିମାନେ ଏହି ଦାନକରିଥିବା ତାଲିକାରେ ସାମିଲ ହୋଇପାରିଛନ୍ତି ।  

 

  • Tags:

Subscribe

National International State Sports Entertainment