ନୂଆଦିଲ୍ଲୀ, ଅଗଷ୍ଟ ୦୩ (ଖବର ଓଡ଼ିଶା): ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ୟ ଟି-୨୦ରେ ମଙ୍ଗଳବାର ଭାରତର ଦମଦାର ବିଜୟ ହୋଇଛି । ଭାରତକୁ ୱେଷ୍ଟଇଣ୍ଡିଜ୍ ୧୬୫ ରନ୍ର ଟାର୍ଗେଟ ଦେଇଥିଲା । ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା । କିନ୍ତୁ ବିଜୟ ପାଇଁ ଦରକାର ପଡୁଥିବା ଏହି ରନ୍କୁ ଭାରତ ସହଜରେ ହାସଲ କରିଛି । ଟିମ୍ ଇଣ୍ଡିଆ ୭ ୱିକେଟ୍ରେ ଏହି ମ୍ୟାଚକୁ ଜିତିବା ସହ ଏବେ ୫ ମ୍ୟାଚର ଶୃଙ୍ଖଳାରେ ୨-୧ରେ ଆଗ୍ରଣୀ ରହିଛି ।
ଭାରତ ତରଫରୁ ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ବ୍ୟକ୍ତିଗତ ଭାବେ ୭୬ ରନ୍ ସ୍କୋର କରିଥିଲେ । ସୂର୍ଯ୍ୟକୁମାର ଓପନିଂ କରିବାକୁ ନେଇ ପ୍ରଶ୍ନବାଚୀ ଛିଡ଼ା ହୋଇଥିଲା । କିନ୍ତୁ ସମସ୍ତଙ୍କର ମୁହଁକି ସେ ବନ୍ଦ କରି ଦେଇଥିଲେ । ନିଜର ଇନିଂସରେ ସୂର୍ଯ୍ୟକୁମାର ୪୪ଟି ବଲ୍ ଖେଳି ୮ଟି ଚୌକା ଓ ୪ଟି ଛକା ମାରିଥିଲେ ।
ଭାରତ ୧୯ ଓଭରରେ ୩ଟି ୱିକେଟ ହରାଇ ୧୬୫ ରନ୍ କରିଥିଲା । ଏଥିରେ ରୋହିତ ଶର୍ମାଙ୍କ ୧୧ ରନ୍, ଶ୍ରେୟସ ଆୟରଙ୍କ ୨୪ ରନ୍, ଋଷଭ ପନ୍ତଙ୍କ ଅପରାଜିତ ୩୩ ରନ୍, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୪ ରନ୍ ଓ ଦୀପକ ହୁଡ୍ଡାଙ୍କ ଅପରାଜିତ ୧୦ ରନ୍ ସାମିଲ ରହିଛି ।