୨୩ ବର୍ଷରୁ କମ ଭଲିବଲ: ପାକିସ୍ତାନକୁ ହରାଇ ଭାରତ ରଚିଲା ଇତିହାସ, ଆଜି ଖେଳିବ ଫାଇନାଲ
Khabar Odisha:Sports-India-in-finals-of-Asian-under-23-volleyball-championship-after-beating-Pakistan

ନେପିତା, ଅଗଷ୍ଟ ୧୧ (ଖବର ଓଡ଼ିଶା): ଭାରତ ୧୩ ବର୍ଷରୁ କମ ଏସୀୟ ଭଲିବଲ ଚାମ୍ପିଅନଶିପରେ ପାକିସ୍ତାନକୁ ଶନିବାର ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଏହି ଇତିହାସ ରଚିବା ସହିତ ଭାରତ ଆଗାମୀ ଏଫଆଇଭିବି ପୁରୁଷ ୨୩ ବର୍ଷରୁ କମ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛି ।

ଭାରତ ୨୧-୨୫, ୨୫-୧୬, ୨୫-୨, ୨୫-୧୮ରେ ବିଜୟୀ ହୋଇଛି । ଭାରତ ରବିବାର ଫାଇନାଲରେ ଚୀନ ତାଇପେଇକୁ ଭେଟିବ । ଚୀନ ତାଇପେଇ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଜାପାନକୁ ୩-୨ ପରାସ୍ତ କରିଛି ।  

ଅମିତ ଗୁଲିଆଙ୍କ ନେତୃତ୍ୱରେ ଭାରତୀୟ ଟିମ ଭଲ ପ୍ରଦର୍ଶନ କରିଛି ଓ ପ୍ରଥମ ସେଟ ହରାଇବା ପରେ ଭାରତ ପରବର୍ତ୍ତୀ ୩ ସେଟରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । କେନ୍ଦ୍ରୀୟ କ୍ରୀଡ଼ା ମନ୍ତ୍ରୀ କିରଣ ରିଜୀଜୁ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି । 

      

 

  • Tags:

Subscribe

National International State Sports Entertainment